ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବରଷା ଆସିଛି - ଘନଶ୍ୟାମ ସାହୁ

ବରଷା ଆସିଛି - ଘନଶ୍ୟାମ ସାହୁ

ବରଷା ଆସିଛି
ବରଷା ଆସିଛି କଳାବାଦଲର ଓଢ଼ଣୀ ଟାଣି
ବିଜୁଳୀ ରୋଷଣୀ ସହ
ଡ଼ମ୍ବରୁର ତାଳେ ତାଳେ
ଝମ୍ ଝମ୍ ଝମ୍ ଝମ୍
ନୂପୁରର ମଧୁର ତାନରେ
ସଭିଙ୍କର ମନକୁ ମୋହୁଛି ।

ବରଷା ଆସିଛି
ତାର ଶୀତଳ ସ୍ପର୍ଶରେ ହୃଦୟର ଉଷ୍ମତାକୁ
ନିଜ ଛାତିରେ ଚାପି ଦେଇ
ଜୀବଜଗତର ଉତ୍ତପ୍ତ ଅଙ୍ଗରେ
ଶୀତଳ ଚନ୍ଦନ ଲେପୁଛି ।

ବରଷା ଆସିଛି
ମନୋରମା ପରୀଟିଏ ପରି
ସବୁଜ ଶାଢ଼ୀରେ
ସୁନ୍ଦର ଧରଣୀ ରାଣୀ
ବରଷାକୁ ସ୍ୱାଗତ କରୁଛି
ତା ଭୋକିଲା ସନ୍ତାନମାନଙ୍କ ମୁହଁରେ
ଖାଦ୍ୟ ଦେବାପାଇଁ
ଯୋଗାଡ଼ରେ ଲାଗି ପଡିଅଛି ।

ବରଷା ଆସିଛି
କ୍ଷେତରୁ ଶୁଭୁଛି
ଚାଷୀ ଭାଇର ମନମତାଣିଆ ବେସୁରା ସଙ୍ଗୀତ
ମାତିଉଠିଛି ଆନନ୍ଦରେ
ଦେବାକୁ ଆହାର ସଭିଙ୍କୁ
ମାଟି ସହିତ ନିଜକୁ ଏକାକାର କରିଛି ।

ବରଷା ଆସିଛି
ବେଙ୍ଗ ରାଜା
ମାଟିର ମହକରେ ଆମୋଦିତ ହୋଇ
ସାରୁଗଛ ମୂଳେ ଘୋଷଣା କରୁଛି
ଅନ୍ତ ହୋଇଛି ଅପେକ୍ଷାର ଦିନ
ପ୍ରକୃତିର ଏ ପରିବର୍ତ୍ତନ -ଚିରନ୍ତନ
ଦୁଃଖ ପରେ ସୁଖ
ବେଙ୍ଗୁଲୀ ଲୋ
ପୃଥ୍ବୀ କ୍ଷଣ କ୍ଷଣକେ ଆନ
ଦୁଃଖରାତି ପାହି ପାହି
ସୁଖର ସିନ୍ଦୁରା ଫାଟିଛି ।

ବରଷା ଆସିଛି
ଆଦ୍ୟ ଆଷାଢ଼ରେ
ନବଯୌବନ ବେଶରେ
ଭକତ ଗହଣେ ଝୁଲି ଝୁଲି
ସାଥେ ଧରି ଭାଇ ଭଉଣୀଙ୍କୁ
ଦେବାପାଇଁ ଭକତଙ୍କୁ କରୁଣା ବରଷି
ରଥ ଚଢ଼ି ବଡ଼ଦାଣ୍ଡେ
କଳାବାମନ ଆସୁଛି ।
ବରଷା ଆସିଛି ।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର - ୯୪୩୭୬୬୪୫୩୭,
ପିନ୍ କୋଡ଼୍ - ୭୫୯୧୨୭