Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିଆରା ଲାଗଇ ସତେ - ହୃଷୀକେଶ ମିଶ୍ର

ନିଆରା ତୁମରି ଶ୍ରୀମନ୍ଦିର ପ୍ରଭୁ
ନିଆରା ତା ପରମ୍ପରା
ନିଆରା ତୁମରି ବାଇଶି ପାବଚ୍ଛ
ନିଆରା ହେ ଭାବ ଧାରା

ନିଆରା ପୁଣି ହେ କାଳିଆ ଠାକୁର
ବଡଦାଣ୍ଡ ଯେ ତୁମ୍ଭର
ନିଆରା ତୁମରି ଆନନ୍ଦ ବଜାର
ନିଆରା ସେ ସ୍ୱର୍ଗଦ୍ୱାର

ନିଆରା ନିଆରା ଲାଗୁଛି କାଳିଆ
ତୁମ୍ଭ ରଥ ଯାତ ପରା
ବାହୁଡା ସହିତ ସୁନାବେଶ ତୁମ୍ଭ
ଆହା କେଡେ ମନୋହରା

ନିଆରା ଲାଗନ୍ତି ଚଳନ୍ତି ଠାକୁର
ଗଜପତି ଗୌଡେଶ୍ୱର
ନିଆରା ଯେ ତାଙ୍କ ପ୍ରଜା ବତ୍ସଳତା
ଇତିହାସ ସାକ୍ଷୀ ଯାର

କେବେ ତୁମ୍ଭ ଡାକ ଆସିବ କାଳିଆ
ଭେଳିକି ପଡିଛି ମୋତେ
ଶିରୀକ୍ଷେତ୍ର ଯିବି ତୁମ୍ଭଙ୍କୁ ଦେଖିବି
ନିଆରା ଲାଗଇ ସତେ
ନିଆରା ଲାଗଇ ସତେ

Post a Comment

0 Comments