Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିରଙ୍ଗ - ପ୍ରଶାନ୍ତ କୁମାର ସାହୁ

ଆଜି ବି ତ ସେଇ ପୃଥିବୀ
ଉଚ୍ଛ୍ବସିତ ବାଳାରୁଣ ସହ
ମୋ ଆବଦ୍ଧ ରାଇଜରେ ।
ରଙ୍ଗ ବେରଙ୍ଗରେ ଆହ୍ଲାଦିତ
ମାଟିରୁ ଆକାଶଯାଏଁ
ଅନିର୍ବାଣ ଜୁଆରିଆ ସ୍ରୋତେ,
ଦଲକାଏ ପବନରେ ବି
ଉଡ଼ିବୁଲେ ସରହଦ ତୀରେ ।
ବୃକ୍ଷ ତ ଗୋଟିଏ
ଅସରନ୍ତି ପତ୍ରରେ ଚିହ୍ନିତ
ଭିନ୍ନତା ଆସେ କେବେ
ପତ୍ରର ରଙ୍ଗରେ
ଝରା ଫୁଲକଷି ପରି
ଲୋଟିଯାଏ ନିରାଶ୍ରିତ ହୋଇ ।
ଆଜି ବି ତ ସେଇ ମୁଁ
ନେପଥ୍ୟରେ କୋଳାହଳ କରେ
ଅସମାହିତ ପ୍ରଶ୍ନଗୁଚ୍ଛକୁ ଯାବୁଡ଼ି ଧରି
ନେତ୍ର କଟାକ୍ଷରେ ବାଲୁବାଲୁ
ରଙ୍ଗହୀନ ମରୁଭୂମିର ରଙ୍ଗ ଦେଖି
ତୁମ ରଙ୍ଗ ଓ ନିରଙ୍ଗ ରହସ୍ୟ
ପାରେ ନାହିଁ ବୁଝି !


ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0 Comments