Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସେ କଳ୍ପତରୁ ସଖୀରେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବାଜଇ ଶଂଖ ମହୁରୀ , ଟମକ ନିଶାଣେ
ପଡେ ଉଛୁଳି , ସଖୀରେ , ବଡ଼ଦାଣ୍ଡ ଲାଗେ
ବଡ଼ ଗହଳି , ସଖୀରେ ।।

ମଣିମା ମଣିମା ଡାକ , ଡାକନ୍ତି ସେବକ
ଡାକେ ଡାହୁକ , ସଖୀରେ , ଡାକରେ ଉଛୁଳେ
ବ୍ରହ୍ମାଣ୍ଡ ଜାକ ,ସଖୀରେ ।।

ଦୀନ ବାନ୍ଧବ ମାଧବ , ମଧୁସୁଦନ ସେ
ମୋ ପ୍ରାଣ ଧବ , ସଖୀରେ , ତା ସେବାରେ ଯାଉ
ମୋ , ଜୀବନ ଜାକ , ସଖୀରେ ।।

ଆଜି ବାହୁଡ଼ା ଯାତରା , କଳା ବାମନ ମୋ
ଦିଶନ୍ତି ତୋରା , ସଖୀରେ , ନନ୍ଦିଘୋଷ ଦେଖ
ହୋଇଛି ଛିଡ଼ା , ସଖୀରେ ।।

ନାଗ, ଗନ୍ଧର୍ବ, କିନ୍ନର , ସ୍ଵର୍ଗୁ ଅପସରା
ହେଲେଣି ଠୁଳ , ସଖୀରେ ,ବିଜୟ କରିବେ
କଳା ଠାକୁର , ସଖୀରେ ।।

ମହାବାହୁ ମହାମେରୁ , ସୁନ୍ଦରାଚଳରୁ
ଶ୍ରୀବ୍ରହ୍ମ ଦାରୁ , ସଖୀରେ , ନୀଳାଚଳେ ଯିବେ
ସେ କଳ୍ପତରୁ , ସଖୀରେ ।।

କହଇ ପ୍ରଫୁଲ୍ଲ ଦ୍ୱିଜ , ଦୁଃଖ ଶୁଣ ବାରେ
ହେ ଦେବରାଜ , ସଖୀରେ , ତାରଣ ଶରଣେ
ତା ପଦବ୍ରଜ , ସଖୀରେ ।।

Post a Comment

0 Comments