Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବ୍ୟଙ୍ଗ କବିତା - ଆମେ ମୋଡେର୍ଣ୍ଣ ହେବୁ - ହୃଷୀକେଶ ମିଶ୍ର

ଓଡ଼ିଆ ଘରଣୀ ଓଡ଼ିଆଣୀ ଠାଣି
ଭୁଲି ତ ଗଲେଣି ସବୁ,
ଶାଢ଼ୀ ଛାଡି ଏବେ ଜିନ୍ସ ପିନ୍ଧନ୍ତି
କୁହନ୍ତି ମୋଡେର୍ଣ୍ଣ ହବୁ।

ଶୁଭେ ନାହିଁ ଆଉ ହୁଳହୁଳି ଶବ୍ଦ
ମାଙ୍ଗଳିକ କାର୍ଯ୍ୟ ବେଳେ,
ଘର ଅଗଣାର ତୁଳସୀ ଚଉରା
ଖୋଜିଲେ ଆଜି ନ ମିଳେ।

ସନ୍ଧ୍ୟା ଦୀପ ଦେବା ପାଶୋରି ଗଲେଣି
ସକାଳ ସିନାନ ମିଛ,
ଓଳିଗି ପଦଟି କେଉଁଠି ହଜିଛି
ଖୋଜିବା ପ୍ରୟାସ ତୁଚ୍ଛ।

ଦେଖି ସେ ନଥିବେ ଭାଗବତ , ଗୀତା
ହାଂଡିଶାଳ ଚୁଲି ଫୁଙ୍କା,
ଶାଢ଼ୀ କମି କମି ରୁମାଲ ହେଲାଣି
ବିଦେଶୀ ସଂସ୍କୃତି ରଙ୍କା।

ଓଷା ବ୍ରତ ଅବା ଉପବାସ କଥା
ବିଚିତ୍ର ପାଳନ ବିଧି,
ଗୁରୁବାରେ ଘରେ ଆମିଷ ଭକ୍ଷିଣ
ସତେ କି ଲଭିବେ ସିଦ୍ଧି।

ଶାଶୁ ଶ୍ବଶୁରଙ୍କ ସେବା ଏଠି ଭାଇ
ସମୁଦ୍ରକୁ ଶଙ୍ଖେ ସବୁ,
ପତି ଈଶ୍ୱରଙ୍କୁ ଭୁଲି ସେ କୁହନ୍ତି
ଆମେ ଯେ ମୋଡେର୍ଣ୍ଣ ହେବୁ।
ଆମେ ଯେ ମୋଡେର୍ଣ୍ଣ ହେବୁ।

Post a Comment

0 Comments