Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଚାହୁଁଛି ବନ୍ଧୁତା ଟିକେ - ଜିତେନ୍ଦ୍ର ସାହୁ

ତମେ କହିଦେଲ ତମ ମନକଥା
ମୁଁ ପାରିଲିନି କହି,
ତମେ ଚାଲିଗଲ ଛୁଇଁଦେଇ ମତେ
ମୁଁ ରହିଥିଲି ଚାହିଁ,,।।
ଜାଣେ ତମେ ମତେ ଭଲପାଅ କେତେ
ପାଇବା ଆଶାରଖି,
ମୁଁ କିନ୍ତୁ ଚାହୁଁଛି ବନ୍ଧୁତା ଟିକିଏ
କେବଳ ତମଠୁ ସଖି,,।।
ପ୍ରେମ ଆଜି ଅଛି କାଲିକି ନଥିବ
ବନ୍ଧୁତା ଚିରଦିନ,
ପ୍ରେମଠାରୁ ମିଠା ବନ୍ଧୁତାର ଛିଟା
ରଖେ ନିର୍ମଳ ମନ,,।।
ରହିଥାଅ ସଦା ପ୍ରେମିକା ନହେଇ
ବାନ୍ଧବୀଟିଏ ମୋର,
ସମ୍ପର୍କ ଆମର ଥିବ ଯେ ଅତୁଟ
ବାନ୍ଧି ପବିତ୍ର ଡୋର,,।।


ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments