Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କଂସ ପ୍ରୀତି - ସନ୍ତୋଷ କୁମାର ମହାନ୍ତି

ପ୍ରଣାମ ଘେନ ହେ ଅକ୍ରୁର,
କିମ୍ପା ଆସିଛ ଗୋପପୁର,
ସର୍ବ କୁଶଳ କି ପ୍ରଜା ରାଜା କଂସ ମାମୁଁ ମୋର ।।

ପ୍ରଣାମ ଘେନ ହେ ଅକ୍ରୁର
ମୋତେ ଦେଖିବାକୁ ବନ୍ଦୀ ଶାଳା ଆସିଥିଲେ,
ଭଣଜା ଭଣଜା କହି କେତେ ଖୋଜିଲେ,
ଭେଟ ନ ପାଇଲି ଗୋପେ ଥିଲି ,ଯଶୋଦା କୋଳର।।

ପ୍ରଣାମ ଘେନ ହେ ଅକ୍ରୁର ...
ରାଜା ଙ୍କ ଭଣଜା ହୋଇ ଚରାଉଛି ଗାଈ ,
କାନ୍ଦୁଛନ୍ତି ମାତା ପିତା ମୋତେ ଜନ୍ମ ଦେଇ
ବିଧାତା ର ଖେଳ ମାତୃ କୋଳ କରିଛି ଅନ୍ତର ।।

ପ୍ରଣାମ ଘେନ ହେ ଅକ୍ରୁର
ମାମୁଁ ଙ୍କୁ ଦେଖିବା ପାଇଁ ବଳିଛି ଏ ମନ,
ତୁମ୍ଭ ସହ ଯିବୁ ଆମେ କୃଷ୍ଣ ବଳରାମ,
ତୁଟି ଯିବ ମାନ ଅଭିମାନ ଯୁଗ ଯୁଗାନ୍ତ ର ।।

ପ୍ରଣାମ ଘେନ ହେ ଅକ୍ରୁର
ଅଭିମାନ ରଖି ମୋତେ ପେଷିଲେ ଅକ୍ରୁର,
ନଦେଇ ପାରିଲେ କେହି ଗୋପର ଖବର
ଦିନ ଦ୍ଵିଜ ସନୁ ରଚେ ଗୀତ ଧ୍ୟାୟୀ ଶ୍ରୀପୟର ।।

Post a Comment

0 Comments