Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନୀଳାଦ୍ରି ବିଜେ ଓ ମାନଭଞ୍ଜନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନୀଳାଦ୍ରି ବିଜୟ କି ବିଚିତ୍ର ମୟ
ବିଚିତ୍ର କର୍ମା ଙ୍କ ଖେଳ
ଶୁଣି ଏ ଆକ୍ଷାନ କ୍ଷୟ ହେବ ପୁଣ
ଯେତେ ପାପ ଦୁଃଖ ତୋର ।।
ନବଦିନ ଜାତ ସାରି ଜଗନ୍ନାଥ
ଆଜି ଆସୁଛନ୍ତି ଫେରି
ଲକ୍ଷ୍ମୀ ଠାକୁରାଣୀ ଏକଥାକୁ ଶୁଣି
ଆଦେଶିଲେ ଆରେ ଦ୍ବାରୀ ।।

ବଡ଼ଭାଇ ପୁଣି ସୁଭଦ୍ରା ଭଉଣୀ
ଏମାନଙ୍କୁ ଦେବୁ ଛାଡ଼ି
ମୋ ଆଦେଶ ବିନା ନଛାଡିବୁ କାହ୍ନା
ଦୁଆର ଦେବୁ ରେ କିଳି ।।
ସେ ପ୍ରକାରେ ଦ୍ବାରୀ ଦ୍ବାରଦେଲା କଳି
ବାହାରେ ଜଗତନାଥ
ରୋଷେ ଠାକୁରାଣୀ ଦ୍ବାର କିଳିଲେଣି
ଚିନ୍ତାମଣି ଚିନ୍ତା ରତ ।।

ଚାଟୁ ବଚନରେ ବୋଲନ୍ତି ସହୀରେ
ନକର ନକର ରୋଷ
ମାଣିଆବନ୍ଧି ରୁ ପାଟ ଆଣିଛି ଗୋ
ତୁମ ପାଇଁ ଦେଖ ଦେଖ ।।
ଆରେ ପ୍ରାଣସହୀ ରସଗୋଲା ମୁଁହି
ଆଣି ଆସିଛି ଗୋ ସାଥେ
ସାଗର ଦୁଲଣୀ ଭୁବନ ମହିନୀ
ଭେଟିଦେବା ପାଇଁ ତୋତେ ।।

ଠାକୁରାଣୀ ଶୁଣି ଠାକୁରଙ୍କ ବାଣୀ
ନକୁହ ହେ କଥା ଛନ୍ଦି
ତୁମ ଚାଟୁ ବାଣୀ ଶୁଣି ହୃଦହାଣି
ହୁଏ , କର କେତେ ଫନ୍ଦି ।।
ଯେତେ ପରକାର କହିଲେ ଠାକୁର
ନଶୁଣିଲେ ପଦ୍ମାଳୟା
ଶେଷରେ କୁହନ୍ତି ଜଗତର ପତି
କରବାରେ ଦେବୀ ଦୟା ।।

କାଲି ହୋଇଥିଲା ଏକାଦଶୀ ପରା
ଆଜିତ ଦ୍ଵାଦଶୀ ତିଥି
ଦ୍ଵାଦଶୀ ପାଳନା ହୋଇନାହିଁ ପରା
ଭାରି ଭୋକ ଲାଗୁଅଛି ।।
ଏତିକି କଥାରେ ମାନଭାଙ୍ଗି ଖରେ
ମହାଲକ୍ଷ୍ମୀ ମହାଦେଇ
ଦ୍ବାର ଖୋଲିଦେଇ ଚାଲିଲେ ରୋଷେଇ
ଶାଳେ ତର ତର ହୋଇ ।।

ମୋ ଜୀବନ ଧନ ଭୋକରେ ଉଚ୍ଛନ୍ନ
ଆଲୋ ଦାସୀ ମୁଦୁସୁଲୀ
ନକରିଣ ଡେରି ବେଗ ବେଗ କରି
ସବୁ ଦିଅଲୋ ଯୋଗାଡି ।।
ଏ ଅପୂର୍ବ ଲୀଳା କରେ ଚକାଡୋଳା
ଭୋକରେ ଅଛନ୍ତି ବୋଲି
କହଇ ପ୍ରଫୁଲ୍ଲ ଖୋଲିଗଲା ଦ୍ବାର
ମାନ ଭଞ୍ଜନ ଲେଖିଲି ।।

Post a Comment

0 Comments