ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କରୁଣ କୈବଲ୍ୟ - ତପସ୍ଵିନୀ ଦାଶ

କରୁଣ କୈବଲ୍ୟ - ତପସ୍ଵିନୀ ଦାଶ

ଜୀବନରେ କେବେ ନ ମିଶିବାର
ଅଭିଶାପ କୁ ସାଥିରେ ବୋହି
ପାଦରେ ପାଦ ମିଳାଇ
ପରମ ତୃପ୍ତିରେ
ଅନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ
କେମିତି ଚାଲିବାକୁ ହୁଏ
ରେଳ ଧାରଣାଠୁ ଶିଖ ?

କେବେ କୌଣସି ଦାନ ର
ପ୍ରତିଦାନ କୁ
ପ୍ରତ୍ୟାଶା ନ କରି
ତିଳ ତିଳ ନିଜ ଶକ୍ତି ସାମର୍ଥ୍ୟ କୁ
ଢାଳି ପ୍ରତି ରକ୍ତ ବିନ୍ଦୁର ସମର୍ପଣ
ଏକ ମାଆ ର
ଆତ୍ମ ବଳିଦାନ ରେ ଦେଖ?


ତପସ୍ୱିନୀ ଦାଶ
ବାରିପଦା

0 Comments