Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବେଳେ ବେଳେ ଭାରି ଇଚ୍ଛା ହୁଏ - ଗୋପାଳ ଚନ୍ଦ୍ର ସାଓ

ଅନୁକୂଳରେ ଯାଉ ଯଉ
ହଠାତ୍ ମନ ହୁଏ ଟିକେ
ପ୍ରତିକୂଳ ରେ ଲଢ଼ିବାକୁ
ବୁଲିଲା ବେଳକୁ
ପ୍ରଖର ସ୍ରୋତ ମାଡରେ
ମୋ ଶକ୍ତି ସବୁ ହାର ମାନିଲା ପରେ
ଇଚ୍ଛା କୁ ମାରି ଚୁପ୍ ଚାପ୍
ମୁଁ ଫେରି ଯାଏ...
ଏମିତି କେତେ ଦିନ ଆଉ ଚାଲିବି
ନିଜ ଇଚ୍ଛା ବିରୁଦ୍ଧରେ..?
ମନ ଭାରି ବ୍ୟସ୍ତ ହୁଏ
ପ୍ରତିକୂଳ ଚାଖିବାକୁ
ଏମିତି ସମୟ ଥରେ
ମୋ କାନ ଧରି କହିଲା
"ରେ ମୂର୍ଖ"
ତୋର କ'ଣ ଯୋଗ୍ୟତା ହେଇଛି
ନା ବୟସ ...
ଟିକେ ଧର୍ଯ୍ୟ ଧର
ଦେଖିବୁ ସବୁ ଠିକ୍ ହେଇଯିବ
ସେଇ ଦିନ ପାଖରୁ
ସମୟର ହାତ ଧରି
ସୁନା ପିଲାଟି ପରି ମୁଁ
ଅନୁକୂଳରେ ଚାଲିଛି...,ମାତ୍ର
ଅପେକ୍ଷା କରିଛି କେବେ
ପ୍ରତିକୂଳ ଆଡେ ଆସିବାକୁ
ଏ ସମୟ ଟା ମୋତେ
ହାତ ଠାରି ଆ କହୁଛି....?


ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ

Post a Comment

0 Comments