Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବର୍ଷା.. ପ୍ରିୟା.. ଆଉ ମୁଁ - ଗୋପାଳ ଚନ୍ଦ୍ର ସାଓ

ସକାଳୁ ସକାଳୁ ହ୍ଵାଟ୍ସଅପ୍ ରେ
ମେସେଜ୍ ପାଇଲି
"ବର୍ଷା ଭିଜା ଶୁଭ ସକାଳ"
ଝରକା ଫାଙ୍କରେ ଦେଖିଲି
ସତେ ତ ବର୍ଷା ...ବର୍ଷା?
ବର୍ଷା ବି ଅପେକ୍ଷା କରିଛି
ମୋତେ ଭିଜେଇବାକୁ
ଠିକ୍ ସେଇ ଅତୀତ ପରି
ହେଲେ କାହିଁ ...
କାହିଁ ସେ ଦିନ..???
ନା ଅଛି ଭିଜିବାର ବାହାନା
ନା ଅଛି ତାର ନାଁ ଗାଁ ଠିକଣା
ଯାହା ପାଇଁ ଦିନେ ମୁଁ
ଭିଜୁଥିଲି ଆଉ ଭିଜୁଥିଲି....
ଏବେ ତ ବାହାରେ ବର୍ଷା ହେଲେ
ଆଖିରୁ ଝରୁଛି ଶ୍ରାବଣ
ବର୍ଷା ଛିଟା ବି ଜାଳିଦିଏ
ଦେହ ମନ ଆଉ ପ୍ରାଣ
ଅଛି ତ ଖାଲି ବିରହ ଆଉ
ଅଜସ୍ର ଏକଲା ପଣ
କେବଳ ଟିକେ ସ୍ମୃତି ରେ ହଜି
ପ୍ରେମୀ ଟିଏ ସାଜି ପୁଣି
ଦୁଃଖ ଯନ୍ତ୍ରଣାକୁ ସାରା ରାତି
ମୁଖସ୍ତ କରିବାର ଦିନ...
ଏବେ ତ ଏ ଆଖି
ଧାରା ଶ୍ରାବଣ ରେ ବି
ଚିହ୍ନି ପାରୁଛି ବିନ୍ଦୁ ବିନ୍ଦୁ
ତା ଲୁହର ଚିହ୍ନ ବର୍ଣ୍ଣ...
ଆଉ ନୀରବରେ କହିଦିଏ
ଏଇ ତ ...ତୋ ବର୍ତ୍ତମାନ...✍


ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ

Post a Comment

0 Comments