ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଘର - ରାମାକାନ୍ତ ମିଶ୍ର

ଘର - ରାମାକାନ୍ତ ମିଶ୍ର

ଘର ପାଇଁ ଉଛନ୍ନ ସଭିଏଁ ,
ଘର ହିଁ ଲୋକର ପରିଚୟ ,
ଘର ହିଁ ଲୋକର ମାନଦଣ୍ଡ ,
ମୁଣ୍ଡ ଉପରେ ଛାତ ଟିଏ ଥିଲେ -
ବଂଚି ଥିବା ଲୋକର କେଡେ ଆନନ୍ଦ ।
କିଏ କଣ ଖାଉଚି କେହି ଦେଖନ୍ତି ନାହିଁ ,
କିଏ କେଉଁଠି କେଉଁ ଘରେ ରହୁଛି,
ଦେଖନ୍ତି ସଭିଏଁ, ପଚାରନ୍ତି ସଭିଏଁ ।
ସ୍ବ ଗୃହ ଟିଏ ମଣିଷ କୁ କେବଳ,
ଆନନ୍ଦ ଦିଏ ନାହିଁ,
ଆପଦ ବିପଦ କୁ ସବୁଠାରୁ,
ବଡ ସାହା ମୁଣ୍ଡ ଗୁନ୍ଜିବାକୁ ଜାଗା ।
ଚାକିରୀ ତାଳ ଗଛର ଛାଇ,
ହେଇଟି ଅଛି, ହେଇଟି ନାହିଁ ।
ଚାକିରୀ ବଳରେ,
ଚାକିରୀ ସ୍ଥାନ ରେ,
ପାଇଥିଲେ ଘର, ସେଥିରେ -
କିନ୍ତୁ ମମତା ତିଳେ,
ନ ଥାଏ କାହାର ।
ନିଜ ହାତ ଗଢା,
ନିଜ ଝାଳ ବୁହା,
ଧନରେ ତିଆରି କରିଥିବା,
କୁଡିଆ ଟିଏ ବି ଦିଏ -
ଯେଉଁ ଆନନ୍ଦ, ଚାକିରୀ ର ବଡ ଘର,
ଦେଇ ପାରେ ନାହିଁ
ତାର ବିକଳ୍ପ ।
ଘର ପାଇଁ ଉଛନ୍ନ ସଭିଏଁ,
କାରଣ ଘର ହିଁ,
ବନ୍ଚିଥିବା ମଣିଷର ସବୁଠାରୁ,
ବଡ ସାହା ।
ଚାକିରୀ ଘର, ଭଡା ଘର,
ଆଜି ଅଛି, କାଲି ନାହିଁ ।
କିନ୍ତୁ ନିଜ ଘର,
ଆଜି ଅଛି,
କାଲି ବି ଥିବ,
କିନ୍ତୁ ହୁଏତ -
କାଲି ଆମେ ନ ଥିବା ।

0 Comments