Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଯେବେ ବି - ତପସ୍ଵିନୀ ଦାଶ

ଯେବେ ଯେବେ
ମୁଁ କହିଛି ତୁମକୁ
ଆସନା ଏ ଯନ୍ତ୍ର ଦୁନିଆରେ
ଟୋପେ ହସିନେବା
ତୁମେ ମନେ ପକାଇ ଦେଇଛ
କେତେ କେତେ ତୃଷାର୍ତ୍ତ ମୁହଁ ର ହସ
ଲିଭା ଘଟଣା
ମୁଁ ପଛେଇ ଆସିଛି ଛାଡି
ମୋ ଦି ପାଦ ଅଗଣା,

ପୁଣି ଯେବେ କହିଛି
ଆସନା ମନେଇବା
ପୁଅର ଜନ୍ମଦିନ
କିଣି ଆଣିବା ସୁଦୃଶ୍ୟ
ଖେଳନା
ମନେ ପକାଇ ଦେଇଛ
ପୁତ୍ର ଜନ୍ମ ଦିନ ର ସହସ୍ରାଧିକ
ମଧୁବନ ସତସଙ୍ଗ ସ୍ଥଳୀ ର
ନିର୍ମମ ପୋଡିଯିବା ଘଟଣା
ପଛେଇ ଆସିଛି ମୋ ଦି ପାଦ ଅଗଣା।

ଯେବେ ବି କହିଛି ଝିଅ କୁ
ଭଲ ନାଚ ମାଷ୍ଟ୍ରେ ଟିଏ ଆଣି ନାଚ
ଶିଖାଇବା
ମନେ ପକାଇ ଦେଇଛ
କେତେ କେତେ ଝିଅ ଙ୍କ ଯୌବନରେ
ବାପମାଆ ଙ୍କୁ ନଚାଇବା ଘଟଣା
ପଛେଇ ଆସିଛି ଛାଡି
ମୋ ଦି ପାଦ ଅଗଣା।

କେତେ କେତେ ଅନୁନୟ
ହୋଇଛି ଆସନା
ଅନ୍ତତଃ
ପଚିଶ ବର୍ଷର ବିବାହ ବାର୍ଷିକି ଟା
ଭଲରେ ମାନିବା
ମନେ ପକାଇ ଦେଇଛ
ଥାଉ କେବେ କେଉଁ ଦିନ
କିଏ ଆଗ ପଛ ହୋଇ ଚାଲିଯିବା
ଏ ସମାରୋହ ସେଇଦିନ
ଜାଳିଦେଵ ଭରିଦେଵ ଯାତନା
ପଛେଇ ଆସିଛି ଛାଡି
ମୋ ଦି ପାଦ ଅଗଣା।

କେବେ କେବେ ଗୁହାରୀ କରିଛି
ଆସ ନା କିଛି ନ ହେଉ
ହାତ ଧରା ଧରି ହୋଇ ଅନ୍ତତଃ
ଦୂରଦିଗ୍ବଳୟ ଆଡେ ଦି ଘେରା
ବୁଲି ତ ଆସିବା
ମନେ ପକାଇ ଦେଇଛ
ଆଜିଠାରୁ ଏକାଏକା ହାତ ଛାଡି
ଅଭ୍ୟାସ କର ଚାଲିବା
ପଛେଇ ଆସିଛି ଛାଡି
ମୋ ଦି ପାଦ ଅଗଣା

ଯେବେ ବି କରିଛି
ତମ ସହ ଟିକେ ହସିବା ଯୋଜନା
ତମେ ମୁକୁଳି ଯାଇଛ କରି କିଛିନା
କିଛି ବାହାନା


ତପସ୍ୱିନୀ ଦାଶ
ବୁଢ଼ୀ ଖମାରି ଶାସନ
ଭଂଜପୁର, ବାରିପଦା, ମୟୁରଭଞ୍ଜ

Post a Comment

0 Comments