ପ୍ରବନ୍ଧ - ଆତ୍ମକୌଶଳ ଶିକ୍ଷା - ତପସ୍ୱିନୀ ଦାଶ

ପ୍ରବନ୍ଧ - ଆତ୍ମକୌଶଳ ଶିକ୍ଷା - ତପସ୍ୱିନୀ ଦାଶ


ପୁରୁଷ ପ୍ରଧାନ ଦୁନିଆରେ ନାରୀ କୁ ଆତ୍ମ କୌଶଳ ଶିକ୍ଷା ନିହାତି ଆବଶ୍ୟକ। ତେଣୁ ଝିଅ ମାନଙ୍କୁ ଦିଆ ଚାଲିଥିଲା କ୍ୟାରେଟ ଯୋଗ ପୁରୁଷଠୁ ବଳୀୟାନ ନ ହେଉ ପଛକେ ବିପଦକୁ ସାମ୍ନା ତ ହୋଇପାରିବ । ମୁକାବିଲା ତ କରିପାରିବ । ଗୁଡାଏ ଉପାୟ ବତା ଯାଇଥିଲା କେମିତି ସନ୍ତର୍ପଣ ରେ ଲଙ୍କାଗୁଣ୍ଡ ଛାଟିବ, କେମିତି ଛାତିରେ ଛୁରୀ ଲୁଚାଇ ରଖିବ, କେମିତି କୋଉ ସ୍ଥାନରେ ଗୋଇଠା ମାଇଲେ ଯେଡ଼େ ବଡ଼ ଦୁର୍ଦାନ୍ତ ଟୋକା ହୋଇଲେ ବି କେମିତି କାବୁ ହେବାର ତରିକା । ବାଃ ସୁନ୍ଦର ଅଭିନବ ଯୋଜନା । ପୁରୁଷକୁ କେମିତି ଅଣପୁରୁଷା କରିହେବ ଶିକ୍ଷା ଦେଉଥିଲା ଏକ ପୁରୁଷ । ହେଲେ ଶିକ୍ଷା ଦେଉଥିଲା କେମିତି ବିପଦ ଆସିଲେ ଦୁଇ କଅଣ ତିନି ମହଲା ରୁ ବି ଚିଲେଇଲେ ବି କିଛି ହେବନି ସିନେମା ଷ୍ଟାଇଲରେ । ଆରେ ସିନେମା ରେ ସିନା ହିରୋ ହିରୋଇନ ଙ୍କ କିଛି ହୁଏନା କିନ୍ତୁ ବାସ୍ତବରେ କଅଣ ସେଇଆ । ଅଣ୍ଟା ରେ ନ ଥିଲା ଡୋର ବନ୍ଧା । ପ୍ରଶିକ୍ଷକ ଜଣକ କହିଲେ ଡେଇଁପଡ଼ ଦୁଇ ମହଲାରୁ । ପ୍ରଥମେ ଡ଼ରିଲା ଝିଅ ଟା । ଆରେ ଏମିତି ଡେଇଁଲେ କିଛି ହେବନି । ସାହାସ ନ କଲେ ଲଢ଼ିବୁ କେମିତି ପୁରୁଷଙ୍କ ସାଥିରେ । ପୁରୁଷ ଙ୍କ ସାଥିରେ ଲଢ଼ିବା ସିଂହ ସହ ଲଢ଼ିବା ଏକାକଥା । ଏତେ ଡ଼ରିଲେ ହାରି ଯିବୁ ଯେ କହି ଠେଲି ଦେଲା ସେ ଦୁଇ ମହଲାରୁ । ହାଏ ଶେଷ ହୋଇଗଲା ଗୋଟିଏ ଅମୂଲ୍ୟ ଜୀବନ ।

ଲଢ଼ିବା ଜିତିବା ବାଜି ଖେଳ ଶେଷ । ଏଥର କହିଲେ ଆରେ ନାରୀ ନାରୀ ପୁରୁଷ ପୁରୁଷ । ତମେ କଅଣ ବଦଳାଇ ଦେଵ ପ୍ରକୃତି ପୁରୁଷ, ସୃଷ୍ଟି ର ନିୟମ । ଚାହିଁଲେ ପୁରୁଷ ବଦଳାଇ ଦେଇ ପାରିବ ତା କ୍ରୁର ମାନସିକତା, ଆଉ ନାରୀ କୁ ପୁଋଷ ସହ ଲଢ଼ିବାକୁ ପଡିବନି । ଯେଉଁ ପୁରୁଷ ମାନେ ପୁରୁଷତ୍ୱ ଛାଡି ପଶୁତ୍ବ କୁ ବରି ନେଉଛନ୍ତି ଥରେ ସହୃଦୟ ହୃଦୟରେ ଭାବନ୍ତୁନା ଲାଭ ନ ହେଉ ପଛେ ତାଙ୍କର କ୍ଷତି ହେବନି ।


ତପସ୍ୱିନୀ ଦାଶ, ବାରିପଦା

0 Comments