Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଖରା ତରା - ବାମନ ଚନ୍ଦ୍ର ଦୀକ୍ଷିତ

ସକାଳ ର ନୂଆ ନୂଆ ଖରା ଏତେ ଟାଣ
ମୁଁ ଜାଣି ପାରି ନ ଥିଲି
ସମୟ ର ମିଜାଜ ଏତେ ଖରାପ
ମୁଁ ଭାବି ପାରି ନ ଥିଲି
ଶୁଣିଥିଲି କଅଁଳିଆ ଖରା ଦେହ କୁ ଭଲ
ଭିଟାମିନ ଇ ଦେଇ ଥାଏ କୁଆଡେ
ଏ କଣ ! ଟିକେ ଭିଟାମିନ ଦେଇ
ଜୀବନ ଶୋଷି ନେବ କି କଣ,
ତଂଟି ଶୁଖିଲା ଶୁଖିଲା ଭଳି ଲାଗୁଛି
ଟିକେ ଆରାମ କରିବାକୁ ମନ ହେଉଛି
ଦି ଢ଼ୋକ ଥଣ୍ଡା ପାଣି ପିଇ ଦେଇ
ଟିକେ ସୁସ୍ତେଇବାକୁ ଇଛା ହଉଛି।
ମାତ୍ର ବେଳ ନାହିଁ
ଚାଲିବାକୁ ହେବ ଚାରା ନାହିଁ
ଅଙ୍ଗେ ଅଙ୍ଗେ ଜ୍ବଳନ ର ପୀଡ଼ା
ସହିବାକୁ ହେବ ବିନା ପ୍ରତିବାଦେ
ପ୍ରତିରୋଧ କରିବା ର ବଳ ନାହିଁ।

ଚାହିଁଛି ଦଦରା କବାଟ ଫାଙ୍କ ରୁ
ଚମଡା ଚାଦର ଟେକି ଡିମା ଡିମା ଆଖି
ଠିକ ଦେଖି ପାରୁନି ,ଦେଖା ବି ଯାଉନି
ତଥାପି ଦେଖୁଛି ବାରମ୍ବାର ଦେଖୁଛି
ଫେରିବା ବାଟ କୁ,ନିଜ ଉଚ୍ଚାଟ କୁ।
ଜାଣେ ମୁ ସେ ଦେଖୁ ଥିବ ଏଇମିତି
ମୋ ଫେରିବା ଯାଏ ବାରମ୍ବାର ନିତି।
ଏ ସମୟ ଡ଼ରାନା ମୋତେ ମୁଁ ଡରିବିନି
ଜୀତି ପାରିନି ଏ ଯାଏ,କିନ୍ତୁ ହାରିବିନି
କର ଆହୁରି ନିଦାଘ ବୃଷ୍ଟି ଶୁଖି ଯାଉ ତଂଟି
ନ ମିଳୁ ଛାୟା ଅବା ଟୋପେ ପାଣି
ମୁଁ ଚାଲିବି ଚାଲୁ ଥିବି ପାରୁଥିବା ଯାଏ
ଏବଂ ସଂଜ ହେବ........ମୁଁ ଫେରିବି
ଅଜସ୍ର ନହେଲେ ବି କାଣିଚାଏ ଖୁସି ନେଇ
ଚହଟିବି ତା ଆଖି ର ଶେତୁଆ କଣ ରେ
ଢଳ ଢଳ ମାତ୍ର ଅଢଳା ବିନ୍ଦୁ ଟିଏ ହୋଇ।
ଏହି ତ ସମ୍ବଳ ମୋର ଖରା ରୁ ତରା ଯାଏ।

Post a Comment

0 Comments