Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୋ ଓଡ଼ିଆ ପୁଅ - ଲଳିତ ଜେନା

ମୋ ଓଡ଼ିଆ ପୁଅ ସେ କାରିଗର
ଗଢ଼ିଥିଲା କୋଣାରକ
ଦେଶ ବିଦେଶୁ ଦେଖିବା ପାଇଁ
ଆସନ୍ତି ପର୍ଯ୍ୟଟକ ।।
ନିହାଣ ମୂନେ ପଥର ହାଣି
ସୁନ୍ଦର କାରୁକାର୍ଯ୍ୟ
କେତେ ଦେଉଳ ଗଢ଼ି ସେ ଗଲା
ମନ୍ଦିର ଲିଙ୍ଗରାଜ ।।
ପାହାଡ଼ ହାଣି କଲା ସେ ଗୁମ୍ଫା
ଖଣ୍ଡଗିରି ନାମ ତାର
ମନ୍ଦିରମାଳିନୀ ନାମେ ବିଖ୍ୟାତ
ହୋଇଲା ଭୁବନେଶ୍ୱର ।
ତାରକସିର ଗହଣା ପାଇଁ
କଟକ ନାମ କଲା
ସୁନା ରୂପାରେ ଗଡ଼ିଲା ସେଇ
ଆମ ରାଇଜ ପିଲା
ଚାନ୍ଦୁଆ କାମ ପାଇଁକି ଆଜି
ମୋ ଦେଶ କାରିଗର
ପିପିଲି ନାମ ପ୍ରଚାର ହେଲା
ଦେଶ ବିଦେଶ ଘର ।।
କାଠକୁ ହାଣି ଗଡ଼ିଲା ରଥ
ଦାରୁରେ ଜଗତନାଥ
ଭାଇ ଭଉଣୀ ସାଙ୍ଗରେ ଧରି
ଘୋଷ ଯାତ୍ରା ବିଖ୍ୟାତ ।।
କଂସା ବାସନ ତିଆରି କରେ
ଓଡ଼ିଆ ଘର ପୁଅ
କାହିଁ ସେ କେଉଁ କାଳରୁ ଆଜିବି
ହୋଇଛି ଆଦରିଅ ।।
ମାଣିଆ ବନ୍ଧ ଶାଢ଼ୀ ପ୍ରଚାର
ହେଉଛି ଘରେ ଘରେ
ଆଜିବି ଚାଲେ ଅରଟ କାମ
ଗବୀ ଅମଳ ପରେ ।।
ବାଲୁକା କଳା ପାଇଁକି ଆଜି
ମୋ ଦେଶ ନାଁ କଲା
କେତେ ଗୈାରବ ଆଣିଛି ଆଜି
ଏଇ ମାଟିର ପିଲା ।।
ଖଣ୍ଡୁଆ ପାଟ ଶାଢ଼ୀ ପାଇଁକି
ଆଦର ଚାରିଆଡ଼େ
ବୁଣା ହେଉଛି ସମ୍ବଲପୁରେ
ତାର ଗୈାରବ ବଢ଼େ ।।
ଏଇ ମାଟିରେ ଜନମିଛନ୍ତି
କେତେ ଯେ କାରିଗର
ସଂସ୍କୃତି ଭରା ଦେଶରେ ଆଜି
ବଢ଼େ ଗୈାରବ ତାର ।।

Post a Comment

0 Comments