Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭଲପାଏ ବୋଲି - ଫିରୋଜ କୁମାର ପଟେଲ

ମୁଁ ଜାଣେ ତୁମକୁ ଭଲ ଲାଗେ
ମୋ କବିତାରେ ବଞ୍ଚିବାରେ..
ମୁଁ ବି କଥା ଦେଉଛି,
ତୁମର ହସ, ବେଶ, ରୂପ
ଆଉ ଆମ ମନ ତଳ କାହାଣୀକୁ
ଅବିକଳ ଆଙ୍କିଦେବି କବିତାରେ..
ମନଖୋଲି ଗାଇଜିବି ଆମ ଗୀତ
ଚିହ୍ନା ଅଚିହ୍ନା ମଣିଷ ଆଗରେ ।

ହେଲେ, ମୁଁ ବି ତ ମଣିଷ
ମତେ ବି ଶାନ୍ତି ମିଲେ
ଏମିତି ଛୋଟ ଛୋଟ କଥାରେ ..
କବିତା ର କବି ହେବାଠୁ
ମତେ ଢ଼େର ଭଲ ଲାଗେ
ତୁମ ମନର ମଣିଷ ହୋଇ
ବଞ୍ଚିବାକୁ ତୁମ କବିତାରେ ।
ଭଲ ପାଏ ବୋଲି
ଅନ୍ତତଃ ମୋ ପାଇଁ, ତୁମେ ବି
ମନ ଖୋଲି କହିଦିଅ ଥରେ ..
ଭଲ ପାଏ ବୋଲି
ମୁଁ ତ କହୁଛି, କହିବି ...
ଦୁନିଆଁର ଆଗେ ହେଉ ଅବା ଗୋପନରେ |

Post a Comment

0 Comments