Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗୁରୁ - ହୃଷୀକେଶ ମିଶ୍ର

"ଗୁରୁ" ଶବ୍ଦ ଅର୍ଥ ଖୋଜିବା ପାଇଁ ମୁଁ
ପ୍ରୟାସ କରିଲି ଯହୁଁ ,
ଅପୂର୍ଣ୍ଣ ଲାଗିଲା ମତେ ପୂର୍ଣ୍ଣଚନ୍ଦ୍ର
"ଗୁରୁ"ବଳିଗଲେ ତହୁଁ ।

ଫିକାଲାଗେ ପୁର୍ଣ୍ଣ ଚନ୍ଦ୍ର ଭାଷାକୋଷ
ଅଥୟ ମୁଁ ପ୍ରତି କ୍ଷଣେ,
ଫିକା ଲାଗେ ପୁଣି ପୋଥି ଓ ପୁରାଣ
ଗୁରୁ ସଂଜ୍ଞା ନିରୂପଣେ।

ଜନମ ଦେଲା ଯେ ମାଆ ମୋତେ ସିନା
କରମ ତ ଦେଲାନାହିଁ,
କରମ ବଳରେ ଗୁରୁଙ୍କୁ ଲଭିଲି
କେଡେ ଭାଗ୍ୟବତୀ ମୁହିଁ।

ଅଜ୍ଞାନ ରୂପକ ଅମା ଅନ୍ଧକାର
ଜୀବନେ ଯାହା ମୋ ଥିଲା,
"ଗୁରୁ" ଆର୍ଶୀବାଦ ଲଭିବାରୁ ତାହା
ନିମିଷେ ଦୁରେଇ ଗଲା।

ତୁମ୍ଭ କୃପା ଲାଭ କରିବି ଜୀବନେ
ଏହି ଅଭିଳାଷ ମୋର,
ଆନ ପ୍ରୟୋଜନ ନ ଲୋଡ଼େ ଏ ମନ
ବାଞ୍ଚା ପୁର୍ଣ୍ଣ ହେଉ ମୋର।

ଗୁରୁ ସେ ଯେ ମାତା ଗୁରୁ ପରା ପିତା
ଗୁରୁ ସ୍ୱୟଂ ନିରାକାର,
ଗୁରୁଙ୍କୁ କେବେ ହେଁ ନିନ୍ଦା ନ କରିବ
ନ ମଣ ତାଙ୍କୁ ହେ ନର।

ଚରଣେ ଆଶ୍ରିତ ହେଉଛି ହେ "ଗୁରୁ"
କୃପା ଦୃଷ୍ଟି ତୁମ୍ଭ ଥାଉ,
ଅଜ୍ଞାନେ ଅଜ୍ଞାତ ବନବାସ ପରି
ଜୀବନ ବିତି ନ ଯାଉ।

ନ ହୋଇ ପାରେ ମୁ ଏକଲବ୍ୟ ଭଳି
ଦକ୍ଷିଣା ଦେବାର କାଳେ,
ତଥାପି ହେ ଗୁରୁ ତୁମ୍ଭାଶିଷ ଲୋଡ଼େ
ଗୁରୁ ପୂଜନ ର ବେଳେ।
ଗୁରୁ ପୂଜନ ର ବେଳେ


ମିଶ୍ର ହୃଷିକେଶ

Post a Comment

0 Comments