Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିରାଶ୍ରୟ ମାଂ ଜଗଦୀଶ ରକ୍ଷ - ଘନଶ୍ୟାମ ସାହୁ

ମୁଁ ଏକ ଉଦ୍ ଭ୍ରାନ୍ତ ପଥିକ
ଘୂରିବୁଲେ ସଂସାରର ମଶାରୀ ଭିତରେ
ପାଏ ନାହିଁ ରାହା ମୁକୁଳିବାର
ମଶକ ମୁଁ ମାୟା ଜାଲେ ବନ୍ଦୀ
ମତ୍ତ ମୁହିଁ
ପରଦ୍ରବ୍ଯ ପରଧନ ଶୋଷଣରେ
ଭୋଗ ବିଳାସ ରେ,
ଭୋଗବିଳାସ ସରିଗଲା ପରେ
ଜାଣିପାରେ ମୁଁ ବନ୍ଦୀ
ଏଣେ ତେଣେ ଧାଇଁ ବୁଲେ
ଖୋଜିବାକୁ ମୁକୁଳିବାର ରାହା
ନିଜକୁ ଧିକ୍କାର କରେ
ଏତେବେଳେ ମନେପଡେ
ସେହିଏକା ପୃଥିବୀର
ସର୍ବଶ୍ରେଷ୍ଠ ନାୟକ
କ୍ରୀଡନକ ଅଟୁ ଆମ୍ଭେ ତାଙ୍କ
ସେହିଏକା ନିଶ୍ଚେ ହେବେ ସାହା ।

ବେଳେ ବେଳେ ଇଚ୍ଛା ନଥାଇ ବି
କିପରି ଯେ କରିଥାଏ ସାଙ୍ଘାତିକ ଭୁଲ୍
କୁଟିଳ ଜଟିଳ ରାଜନୀତି ଚକ୍ର
ଅକ୍ଟୋପଶ୍ ର ଆବେଷ୍ଟନୀରେ
ମୁକୁଳିବାକୁ ଶତଚେଷ୍ଟା କଲେ ବି
ମୁକୁଳି ପାରେନା
ଗ୍ରସିତ ମୁଁ ଗର୍ବ ଅହଙ୍କାରେ
ଅକ୍ଟୋପଶ୍ ର ପାଶ
ଗାଢ଼ରୁ ଗାଢ଼ତର ହୁଏ
ଉପାୟ ମୁଁ ଖୋଜିବୁଲେ
ସେତେବେଳେ ନିରୁପାୟ ଅସହାୟ ହୁଏ
ସେତେବେଳେ ମନେପଡେ
ସେହି ଏକା ସାହା ଓ ଭରସା
ସବୁ ତୋର ଇଚ୍ଛା କହି
ନିଜକୁ ସମର୍ପଣ କରେ
ଅସହାୟା ପାଣ୍ଡବ ଘରଣୀ ଯାଜ୍ଞସେନୀ ପରି
ଦୁଇ ହାତ ଉର୍ଦ୍ଧ୍ୱକୁ ଉଚ୍ଚେ ତୋଳିଧରେ ।

ମୁଁ ସେହି ଉଦ୍ ଭ୍ରାନ୍ତ ବ୍ୟକ୍ତିତ୍ଵ
କ୍ଷମତାର ମୋହ ଜାଲେ ପଡ଼ି
ନିଜକୁ ମୁଁ ଭାବିନିଏ ସବୁଠାରୁ ଶ୍ରେଷ୍ଠ
ଅଧସ୍ତନ ସମସ୍ତେ ମୋ ଦାସ
କିନ୍ତୁ ମୁଁ ଜାଣି ପାରେନା
ସେ କ୍ଷମତା ପାଇଁ
ସୁନାର ଲଙ୍କା ହୋଇଗଲା ଚୂନା
ଯାହା ପାଇଁ ନାଶଗଲେ ଦୁର୍ଯ୍ୟୋଧନ କଂସ
ହୋଇଗଲା କ୍ଷମତାର ଶେଷ ।

ନିଜେ କଲାକର୍ମଫଳ
ଦିଶେ ଜଳଜଳ
ପାପପଙ୍କୁ ମୁକୁଳିବା ପାଇଁ
ସେତେବେଳେ ମନେପଡେ
ସେଇ ଏକା ଶ୍ରେଷ୍ଠ
"ମୁଁ"କାରର ଢୋଲ ପିଟି
ଅନ୍ୟ କାନକୁ ବ୍ୟତିବ୍ୟସ୍ତ କରୁଥିବା ମୁଁ
ନିରୁପାୟ ଅସହାୟ ଅତି ଅସହାୟ
ବିକଳରେ ବିଳ୍ ବିଳେଇ କହେ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷ
ନିରାଶ୍ରୟ ମାଂ ଜଗଦୀଶ ରକ୍ଷ ।




ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ --- ୭୫୯୧୨୭ ।

Post a Comment

0 Comments