ଅପରୂପା ପ୍ରକୃତି ମା - ଦେବବ୍ରତ ଜେନା

ଅପରୂପା ପ୍ରକୃତି ମା - ଦେବବ୍ରତ ଜେନା

ପ୍ରକୃତିର କୋଳେ କାହିଁ ବେଳେବେଳେ
ହଜିବାକୁ ଇଛା ହୁଏ
ତା ରୂପେ ବିଭୋର ମନ ମୋ ଅଧୀର
ନାଚି ଗାଇ ଝୁମି ଯାଏ ।।
ନୀଳ ଆକାଶରେ ରଂଗ ତୁଳୀ ଧରି
ବଉଦରେ କିଏ ଆଂକେ
ପ୍ରଲୁବ୍ଧ ମନ ମୋ ହୋଇଣ ଆହ୍ଳାଦ
ଅନୁପମ ଚିତ୍ର ଦେଖେ ।।
ପୂରୁବ ଆକାଶେ ସିନ୍ଦୂର ଫିଟିଲେ
ନିତି ହୃଦେ ସୂର୍ଯ୍ୟ ଉଏଁ
ନବ ପ୍ରଭାତର ନବ କିରଣରେ
ପରାଣେ ପୁଲକ ଛୁଏଁ ।।
ଅସ୍ତମିତ ରବି ଗୋଧୁଳି ଲଗନେ
ଗଗନରେ ଚାରୁ ଚିତ୍ର
କବି ଭାବୁକର ଶବ୍ଦ ରୂପ ନିଏ
ଅନୁଭବେ ସେ ସ୍ବତନ୍ତ୍ର ।।
ପ୍ରକୃତିରେ ଗଢ଼ା ଛାର ମୋ ଶରୀର
ପ୍ରକୃତିରେ ଯିବ ମିଶି
ପ୍ରକୃତିର ସେହି ଅନୁପମ ରୂପେ
ଲୋଟି ଯିବି ଦିନେ ହସି ।।

0 Comments