OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଭାବନା - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ଭାବନା - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ନା ଲାଗେ ମନମୋର ଭିଜିବାକୁ
ଏ ଆଷାଢର ଝିପିଝିପି ବରଷାରେ ,
ନା ମନଲାଗେ ଚାଲିବାକୁ
ସକାଳର କଅଁଳ ସୁନେଲି ଖରାରେ
ମନମୋର ଖୋଜିବୁଲେ ଚଉଦିଗ,
ପୃଥିବୀ ଓ ମହାକାଶରେ
ତୋ ସୁନ୍ଦର ଆଭାକୁ ,
ମନମୋର ଲାଗେନାହିଁ କୁଳୁକୁଳୁ ଶୀତଳ ଝରଣାରେ ,
ଅବା ସବୁଜିମା ତରୁଲତା ଓ ପକ୍ଷୀର କୋଳାହଳେ
ମନମୋର ମନେମନେ ହସୁଥାଏ
ଅସଢାଏ ଭାବନାରେ,
ସତେଅବା ତୁ ମୋର ଅତି ନିକଟରେ I

0 Comments