ପ୍ରେମ - ସିଦ୍ଧେଶ୍ଵର ତ୍ରିପାଠୀ

ପ୍ରେମ - ସିଦ୍ଧେଶ୍ଵର ତ୍ରିପାଠୀ

ସେତ କୁଆଁରୀ ଆଖିର ଚଗଲାମୀ
ସେତ ଅବୁଝା ମନର ପାଗଳାମି
ପାଇଗଲେ ସିଏ ଅମୃତ ପରଷ
ନପାଇ ପାରିଲେ ଜୀବନଟା ବିଷ
କେବେ ନିରର୍ଥକ କେବେ ଦାମୀ
ସେତ କୁଆଁରୀ ଆଖିର ଚଗଲାମୀ
ସେତ ଅବୁଝା ମନର ପାଗଳାମି

କେବେ ମନ କଥା ମନେ ରହେ
କେବେ ମନ ଖୋଲି କହି ହୁଏ
ଶୁଣି ଥିବା ଲୋକ ଅସ୍ବୀକାର କରେ
କେବେ ସ୍ବୀକାରୋକ୍ତି ଭରଇ ପ୍ରେମରେ
କେବେ ପୁଣି କିଛି ରହେ କମି
ସେତ କୁଆଁରୀ ଆଖିର ଚଗଲାମୀ
ସେତ ଅବୁଝା ମନର ପାଗଳାମି


କିଏ ଜୀବନକୁ ବଳି ଦେଇଦିଏ
କିଏ ହସୁ ଥାଏ କିଏ ଲୁହ ପିଏ
ବହୁ ବିଳମ୍ବରେ ପାଇଗଲେ ତାକୁ
ଜିଣିଯାଏ ସିଏ ଏଇ ହୃଦୟକୁ
ଦେହ ମନ ଲାଗେ ଝିମି ଝିମି
ସେତ କୁଆଁରୀ ଆଖିର ଚଗଲାମୀ
ସେତ ଅବୁଝା ମନର ପାଗଳାମି

ଯିଏ ପାଇଗଲା ସିଏ ଖୁସୀ
ନପାଇ ପାରିଲେ ସେତ ବାସି
ପାଇକରି ତାକୁ ହରେଇଛି ଯିଏ
ତାଠାରୁ ଅଧିକ ଜାଣିବବା କିଏ
ନିଦାଘ ନା ସିଏ ମଉସୁମି
ସେତ କୁଆଁରୀ ଆଖିର ଚଗଲାମୀ
ସେତ ଅବୁଝା ମନର ପାଗଳାମି







ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା

0 Comments