Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମା - ଦେବବ୍ରତ ଜେନା

ହୃଦୟ ଗହ୍ୱର ଶୂନ୍ୟତା ସୃଜିଣ
ଚାଲିଗଲୁ କେଉଁ ଆଡେ
ପ୍ରତି ମୁହୂର୍ତ୍ତରେ ଭାସେ ତୋ ଶ୍ରୀମୁଖ
ତୋହ କଥା ମନେପଡେ ।।
ପୂର୍ଣ୍ଣ କୁଟୀରରେ ବସିଅଛି ମୁହିଁ
ଶୂନ୍ୟ ଲାଗେ ମୋତେ କାହିଁ
ତୋହ ଉପସ୍ଥିତି ଖୋଜିଲେ ବା କାହୁଁ
ଆସିକି ପାରିବୁ ତୁହି ??
ଅର୍ଥ ଅହମିକା ପୂର୍ଣ୍ଣ କରି ମୁହିଁ
ଗଢ଼ିଛି ଦେଉଳ ସିନା
ଦିଅଁ ହୀନ ସେହି ସଂସାର ଦେଉଳ
ଫାଙ୍କା ଫାଙ୍କା ତୋହ ବିନା ।।
ଧନ ଅଭିଜାତ୍ୟ ଗର୍ବକୁ ସାଉଁଟି
ଭାବୁଥିଲି ସବୁ ମୋର
ମୁହିଁ ଅକିଞ୍ଚନ ଆଜିକୁ ବୁଝୁଛି
ତୋ ବିନା ସବୁ ଅସାର ।।
ତୋର ସେ ଆକଟ ତୋ କାନି ପଣତ
ଆଶ୍ରା ବି ମିଳଇ କାହିଁ ??
ଆଜି ବସି ସତେ ଭାବେ ମୁଁ ଏ ସବୁ
ବେସାହାରାଟିଏ ହୋଇ ।।
ସେନେହ ଶରଧା କେତେ ପାଉଥିଲି
ଲାଗଇ ସବୁ ସପନ
ରାଗ ଋଷ ବୋଳା ସେ ସେନେହ ବିନା
ତୁଚ୍ଛ ଲାଗେ ଏ ଜୀବନ ।।
ଜଗତଠାକୁର ଆହେ ଚକ୍ରଧର
ଏତିକି ମିନତୀ ମୋର
ସେହି ପୁଣ୍ୟ ଆତ୍ମା ତୋହ ପରଶରେ
ଲଭୁ ସମ୍ପୂର୍ଣ୍ଣ ନିସ୍ତାର ।।

Post a Comment

0 Comments