ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ସେ ତ ହଟିଆ ଠାକୁର ଲୋ - ଆଦିତ୍ୟ ଦାସ

ସେ ତ ହଟିଆ ଠାକୁର ଲୋ - ଆଦିତ୍ୟ ଦାସ

ସେ ତ ହଟିଆ ଠାକୁର ଲୋ କରୁଥାଇ ହଟହଟା
କାହିଁ ତାକୁ ପୂଜେ ଦିବସ ରଜନୀ କପାଳ ମୋହର ଫଟା ।
ଭକତ ପ୍ରହ୍ଲାଦ କେତେ ଦୁଃଖ ସହି ପାଇଲା ତାହାର ଦେଖା,
କେତେଥର ଡାକେ ନାରାୟଣ ନାମ ଶୁଣୁନଥିଲା ତା ଡକା ।
ତ୍ରେତୟା ଯୁଗରେ ରାମ ଅବତାରେ ଧରାରେ ନେଲା ଜନମ,
ପିତା,ମାତା,ଭ୍ରାତା ସଭିଙ୍କୁ କନ୍ଦାଇ ବନକୁ କଲା ଗମନ ।
ଦ୍ୱାପର ଯୁଗରେ ହଟହଟା ହେଲେ ଗୋପପୁର ଯେତେ ବାଳି,
କିଛି ନ କହିଣ ତୁନି ରହୁଥିଲେ ନନ୍ଦଘର ପୁଅ ବୋଲି ।
ଏ କଳି ଯୁଗରେ ନୀଳାଚଳ ଧାମେ ଦାରୁ ଦେହେ ଅବତରି,
ଭକତଙ୍କୁ ସେ ତ କରେ ହଟହଟା ହଟିଆ ଠାକୁର ହରି ।
ଗଣ୍ଡା ଗଣ୍ଡା ପଣ୍ଡା ଜଞ୍ଜାଳ କରନ୍ତି ମନ ହେଉ ନାହିଁ ତୋଷ,
ହଟହଟା ଆଉ ନ କର କାଳିଆ କହଇ ଆଦିତ୍ୟ ଦାସ ।

0 Comments