ମତୁଆଲା ବର୍ଷା - ପ୍ରକାଶ କୁମାର ଚାନ୍ଦ

ମତୁଆଲା ବର୍ଷା - ପ୍ରକାଶ କୁମାର ଚାନ୍ଦ

ଆଜି ଏଇ ବର୍ଷା କରେ କାହିଁ ଈର୍ଷା
ଦେଖି ତୋର ଗୋରା ଦେହ
ସବୁଠୁ ନିଆରା ଆଜି କାହିଁ ଲାଗେ
ତୋର ସେହି ଚାନ୍ଦ ମୁହଁ ।

ଵରଷା ପଡ଼ିଲେ ମାଟିର ଉପରେ
ପୁଲକିତ ହୋଇ ଉଠେ
ତୋ ଦେହେ ପଡ଼ିଲେ ମୋ ଦେହ କାହିଁକି
ତାତିରେ ତ ଖଇ ଫୁଟେ
ଓଦା ହେଵୁନାହିଁ ବେଶୀ ବରଷାରେ
ବରଷାଟା ଭଲ ନୁହଁ
ଆଜି ଏଇ ବର୍ଷା...... ।।

ମତୁଆଲା ଆଜି ହୋଇ ତ ଯାଇଛି
ଦେଖି ତୋର ରୂପ ରଙ୍ଗ
ଵାହାନା କରିସେ ଗାଆଁକୁ ଆସିଛି
ଛୁଇଁବାକୁ ତୋର ଅଙ୍ଗ
ଅଙ୍ଗେ ଅଙ୍ଗେ ତୋର କୋଟିଏ ତାରକା
ହୋଇଯିବେ ଅନ୍ତଦାହ
ଆଜି ଏଇ ବର୍ଷା.......


ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୪୫୯୩୮

0 Comments