ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ତୁମେ ଏବେ ମୋର - ସତ୍ୟ ରଞ୍ଜନ ଦାସ

ତୁମେ ଏବେ ମୋର - ସତ୍ୟ ରଞ୍ଜନ ଦାସ

ଆଖି ସାମ୍ନାରେ ଆସୁ ଅଛ କେବେ
ସ୍ୱପ୍ନ ଅବା ଦିବା ଜାଣେନା,
ପ୍ରେମର ପରିଭାଷା ନ ଜାଣିଲେ ମଧ୍ୟ
ତୁମକୁ ହରାଇ ବାକୁ ମନ ମାନେନା !

ତୁମେ ଚୁଲବୁଲି ହସର ଗୋଲାପ ପାଖୁଡା
ଆଖି ତମ ନୀଳ କଇଁ,
ଚାଲି ଗଲେ ତମେ ସାଗର କୁଳରେ
ସତେ ବାଲି ଲାଗେ ଯାଏ ନଇଁ !

ତୁମେ କି ଆସିବା ଜୀବନେ ମୋର,
ସେ ଭାଗ୍ୟ ମୋର କାଇଁ ?
ଜଣା ନାହିଁ ଜମା ମତେ ପ୍ରେମ କରିବା
ଛୋଟ ଶିଶୁ ମୁଁ ଅଟଇ !

0 Comments