Information

ବଜାର ବୁଲା - ଘନଶ୍ୟାମ ସାହୁ

ଅତି ଚୁଲ୍ ବୁଲି ନାତୁଣୀ ଆମ ଗେହ୍ଲେଇ ରାଣୀ
ସାଇକେଲ୍ ରେ ସେ ବସିଛି ମୁଣ୍ଡେ ବାନ୍ଧିଛି ବେଣୀ ।
ବ୍ୟାଗ୍ ଟିଏ ସିଏ ଝୁଲାଇ ଟିକି ସାଇକେଲ ରେ
ଡାକେ ଯିବା ଅଜା ବଜାର ବସ ପଛ ସିଟ୍ ରେ ।
ସବୁଜ ତଟକା ପରିବା କିଣି ଆଣି ରଖିବା
ଦିଦି କହିଛନ୍ତି ଖାଇଲେ ଏହା ସୁସ୍ଥ ରହିବା ।
ତା ସହିତରେ ତଟକା ଫଳ ମୂଳ ଖାଇବା
ଭିଟାମିନ୍ ସବୁ ମିଳିବ ଦେହ ଭଲ ରଖିବା ।
କେବଳ ଖାଇଲେ ଦିନକୁ ଯିଏ ସେଓ ଗୋଟିଏ
ଶରୀର ରହିବ ନୀରୋଗ ତାର ଚିନ୍ତା ନଥାଏ।
ସୁଷମ ଖାଦ୍ୟକୁ ଖାଇଲେ ନିତି ଦେହକୁ ହିତ
ଶରୀର ବିକାଶ ହୋଇବ ରୋଗୁ ହୋଇବା ମୁକ୍ତ ।
ଖାଦ୍ୟ ସହିତରେ ନିହାତି ଆବଶ୍ୟକ ବ୍ୟାୟାମ
ଗଢ଼ିବାକୁ ହେବ ଶରୀର ଆମ ସୁସ୍ଥ ସୁଠାମ ।
ଶୁଣି କଥା ତାର କହିଲି ଯିବା ପାଦରେ ଚାଲି
ବ୍ୟାୟାମ ବି ହେବ ତା ସହ ଯିବା ବଜାର ବୁଲି ।
ଆବଶ୍ୟକ ମତେ ଜିନିଷ ପନିପରିବା ଫଳ
ବଜାରରୁ କିଣି ଆଣିଲୁ ମୋତେ ଲାଗିଲା ଭଲ ।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା- ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ- ୭୫୯୧୨୭

Post a Comment