Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମନ ର କଥା - ଫିରୋଜ କୁମାର ପଟେଲ

ତୁମ କପାଳ ରେ ଚମ୍ କୁଥିବା
କଳା ଟିକିଲି
ନୟନେ ନାଚୁ ଥିବା
ଅମାନିଆଁ ପ୍ରେମ ତରଙ୍ଗ
ଗୋଲାପି ଓ୦ ରୁ ଝରି ପଡୁଥିବା
ଗୋଲାପି ମୁରୁକି ହସ
ଚେହେରା ଆଗକୁ ଆସୁଥିବା
6କରାଏ କେଶ କୁ ସଜାଈ ଦେଈ
ମୋ ଆଡ଼କୁ ଚାହିଁବାରେ ହିଁ
ମୁଁ ମନ ଦେଇ ସାରିଛି ।

ଶବ୍ଦ ସାଙ୍ଗରେ ନିରନ୍ତର
ଖେଲୁଥିଲେ ବି
ମୋ ମନ କଥା ତୁମ ମନକୁ
କାଳେ ଖରାପ ଲାଗିବ ଭାବି
ଆଜି ଯାଏ କିଛି କହି ପାରିନି
ଏ କଥା ବି ସତ ଯେ
ମୁଁ କେବେ ହାର ମାନି ନି..
ଯେବେଠୁ ଜାଣିଛି
ତୁମ ମନ ଆଉ କା ପାଖରେ
ତେବେଠୁ ମନହୀନ ତନକୁ
ଜିତିବାର ଚେଷ୍ଟା ବି କରି ନି ।

ଯେ ବେ ମନଟା ଉଛୁଳି ପଡେ
ତୁମ ମୋର ସ୍ଵପ୍ନ ରେ
ଝରିପଡେ ମୁଁ ତୁମ ଅଙ୍ଗେ ଅଙ୍ଗେ
କିଛି ପାଇବାର ଆଶାରେ ନୁହେଁ,
ତୁମକୁ ପ୍ରେମରେ ଭିଜେଇ ବାର
ବିଫଳ ପ୍ରୟାସ ରେ ।

ବନ୍ଧୁ ବନ୍ଧୁର ଅଭିନୟ ରେ ବି
ବୁଝେଇ ପାରୁନି ମନକୁ
ତୁମେ ଯାହା ଭାବ ଯାହା କୁହ
ମୁଁ କିନ୍ତୁ ମନ ଦେଇଛି ତୁମକୁ
ଭଙ୍ଗା ମନ ଭାଙ୍ଗି ଗଲେ ଚଳିବ
ହେଲେ, ଅନ୍ୟ କୋଉଁ ରୂପରେ
ଆପଣେଇ ହେଉନି ତୁମକୁ ।

ମୋର ନହେଲେ ନାଇଁ
ତୁମେ ଯାହାର ହେଉଛ ହୁଅ
ମୋର କିଛି କହିବାର ନାହିଁ
ମୋ ବାକି ଜୀବନ କଟିଯିବ
ଆମ ପ୍ରେମ ଗୀତ ଗାଇଗାଇ ।

Post a Comment

0 Comments