Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି କଥା - ଅଭିଳାଷ - ରମାକାନ୍ତ ମିଶ୍ର

ଫେବୃଆରୀ ମାସ ୧୧ ତାରିଖ, ୨୦୦୮, ସରସ୍ୱତୀପୂଜା ଦିନ, ଜୀବନର ଏକ ବଡ଼ ଅଭିଳାଷ ପୂର୍ଣ୍ଣ ହୋଇଥିଲା I ମୋର ଆକାଂକ୍ଷିତ ଘର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିବା ପରେ ସକାଳେ ପୂଜା, ହୋମ ଆଦି କରି ସାରି ତଳର ସବୁ ଜିନିଷ ଉପରକୁ ଉଠାକରାଇ ରାତିରେ ପ୍ରଥମ ମହଲIରେ ଶୋଇ ଥିଲି I ମୋ ମନ ପ୍ରଭୁ ଜଗନ୍ନାଥଙ୍କ ପ୍ରତି କୃତଜ୍ଞତାରେ ପୂର୍ଣ୍ଣ ହୋଇ ଯାଇଥିଲା I ବହୁ ତପସ୍ୟା ଫଳରେ କେତେ ଜନ୍ମରେ ଏହି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥାଏ I କିଏ ଜIଣେ ପର ଜନ୍ମ ର କଥା ? ଏହି ଜନ୍ମରେ ତେଣୁକରି ନିଜର ଯେତକ ଅଭିଳାଷା ପୂର୍ଣ୍ଣ ହୋଇ ପାରିବ ତାହାହିଁ ଭଗବାନଙ୍କର ଦୟା I ମଣିଷ ମାତ୍ରେ ଆଶା ଅଛି, ଆକାଂକ୍ଷା ଅଛି, ତାହା ମଧ୍ୟ ପ୍ରଭୁଙ୍କର ଅବଦାନ I କିନ୍ତୁ କେତେ ଲୋକଙ୍କର ମୂଳ ଭୌତିକ ଆକାଂକ୍ଷା ଗୁଡିକ ପୁରାଣ ହୁଏ ? ଯେଉଁ ମାନଙ୍କର ପୂରଣ ହୁଏ, ସେମାନେ ଭାଗ୍ୟବାନ ଆଉ ଭଗବାନଙ୍କର ସେମାନଙ୍କ ପ୍ରତି ଆଶୀର୍ବାଦ ରହିଥାଏ ବୋଲି ଗ୍ରହଣ କରିବାକୁ ହେବ I ତେଣୁ ଏହି ଅର୍ଥରେ ମୁଁ ଭାଗ୍ୟବାନ ଆଉ ଭଗବାନଙ୍କର ଦୟା ମୋ ଉପରେ ଥିଲା, ରହିଛି ଏବଂ ରହିଥିବ I ତେଣୁ ସେ ଦିନ ମୁଁ ମୋ ଅନ୍ତରର ଗଭୀରତମ ପ୍ରଦେଶରୁ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲି I ମଣିଷର କ୍ଷୁଦ୍ର ଜୀବନ ସୀମା ମଧ୍ୟରେ ମୂଳ ଭୌତିକ ଆବଶ୍ୟକତା ଗୁଡିକ ମଧ୍ୟରୁ ଭୋଜନ, ବସ୍ତ୍ର ଏବଂ ଗୃହ ହେଉଛି ମୁଖ୍ୟ I ଏହି ତିନୋଟି ମୂଲଭୁତ ଜିନିଷର ପୂରଣ ଯେ ନିଜ ଜୀବନ କାଳ ଭିତରେ ପୂରଣ କରି ପାରନ୍ତି ସେମାନଙ୍କର ଜୀବନ ସାର୍ଥକ ହୁଏ ବୋଲି ଧରିବାକୁ ହେବ I

୨୦୦୭ ଜାନୁଆରୀରେ ମୁଁ ଅବସର ଗ୍ରହଣ କଲା ବେଳକୁ ମନ ଅଥୟ ହେଉଥିଲା, କେମିତି ନିଜର ରହିବI ଯୋଗ୍ୟ ଘର ଖଣ୍ଡିଏ କରି ପାରିବି ସେ ଚିନ୍ତାରେ ମନ ଅସ୍ଥିର ହେଉ ଥିଲା I ପୁଣି ସବୁଠାରୁ ବଡ଼ କଥା ସାଙ୍ଗରେ କି ପାଖରେ କେହି ନିଜ ଲୋକ ସାହାଯ୍ୟ କରିବା ପାଇଁ ମଧ୍ୟ ନ ଥିଲେ କେବଳ ମୁଁ ଆଉ ଗୀତ (ମୋ ସ୍ତ୍ରୀ) ଏକI ସବୁ କାମକୁ ମୁଣ୍ଡାଇ ଥିଲୁ I ବାଧ୍ୟ ବାଧକତାରେ ସବୁ କରିବାକୁ ହେଉଥିଲା, କେବଳ ଉପରେ ଜଣେ ଥିଲେ ସାହାଯ୍ୟ କରିବା ପାଇଁ ସେ ହେଉଛନ୍ତି ଭଗବାନ I ସେହି ଭଗବIନହିଁ ମନରେ ଅଶାର ସଂଚାର କରନ୍ତି ଆଉ ଶରୀରରେ ପୁରୁଷାର୍ଥ ସୃଷ୍ଟି କରନ୍ତି I ଆଉ ତାହାରି ଫଳରେ ସମୟ କ୍ରମେ କାର୍ଯ୍ୟ ଗୁଡିକ ସମ୍ପର୍ଣ୍ଣ ହୋଇଥାଏ I ସେହି ଭଗବନହିଁ ମାର୍ଗ ଦେଖIନ୍ତି, ସେହିଁ ଲୋକ ଯୋଗାଡ଼ କରି ଦିଅନ୍ତି, ସେ ହିଁ କାର୍ଯ୍ୟ ସମ୍ପାଦନ କରନ୍ତି I ଆମେ ସବୁ କେବଳ ନିମିତ୍ତ ମାତ୍ର I ମୁଁ ନିଜ ଅନୁଭବରୁ ଦେଖି ସାରିଛି ଏ କଥା ଗୁଡିକର ସତ୍ୟତା କେତେ I

ମୁଁ ଘର ଖଣ୍ଡିଏ କେମିତି ଶୀଘ୍ର କରି ଦେବି, ନିଜର ଅବସର ଜୀବନ ଭଲରେ କଟାଇବି ସେଥିପାଇଁ ଚିନ୍ତା କରୁଥିଲି ଅବସର ନେବାର ଛ ମାସ ପୂର୍ବରୁ କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସମୟ ପାଉ ନ ଥିଲି I ମତେ ସମୟ ମିଳୁ ନ ଥିଲା ଆଉ ଏଣେ ଅବସର ସମୟ ପାଖେଇ ଆସୁଥିଲା I ତେଣୁ ୨୦୦୬ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭୁବନେଶ୍ୱରକୁ ଯିବାକୁ ଠିକଣା କରିଥିଲି I କିନ୍ତୁ ଅଗଷ୍ଟ ୧୫ ତାରିଖ ଦିନ ପ୍ରବଳ ବର୍ଷI ହେବାରୁ ଗାଡି ଚଳାଇ ବେଲପାହାଡ଼ରୁ ଭୁବନେଶ୍ୱର ୪୦୦ କି.ମି. ଦୂରତା ଯିବାକୁ ଇଛା ହୋଇ ନ ଥିଲା I ତା ଛଡI ଗୀତI ମଧ୍ୟ ଯିବାକୁ ରାଜି ହୋଇ ନ ଥିଲା I କିନ୍ତୁ ଅଗଷ୍ଟ ୧୯ ତାରିଖ ଦିନ ବର୍ଷI ହେବI ସତ୍ତ୍ୱେ ମଧ୍ୟ ମୁଁ ଚୁପ̖ କରି ରହି ପାରି ନ ଥିଲି, ଗୀତIକୁ ବାଧ୍ୟ କରି ନିଜେ ଗାଡି ଚଳାଇ ଆସି ଭୁବନେଶ୍ୱରରେ ପହଂଚି ଥିଲି ଦିନ ୪.୩୦ ମିନିଟରେ I ଆମେ ଗାଡ଼ିରୁ ଓଲ୍ହାଇବା ମାତ୍ରେ ଆମ ଘର ସାମ୍ନା ରାଉତ ବାବୁଙ୍କ ଯେଉଁ ଘର ତିଆରି ଚାଲିଥିଲା ତାର ଯେ କଣ୍ଟ୍ରାକ୍ଟର ସେ ଆମକୁ ଦୁଆର ମୁହଁରେ ମିଳିଯାଇଥିଲେ I ପରେ ଜାଣିଲାଥିଲି ତାଙ୍କର ନାଁ ନିରଞ୍ଜନ ସାହୁ ବୋଲି I ଏଇ ଲୋକ ଟିକୁ ମୁଁ ମନେ ମନେ ଖୋଜୁ ଥିଲି I ସେ ପ୍ରାୟ ଏକ ବର୍ଷ ପୂର୍ବରୁ ସାମ̖ନାର ରାଉତ ବାବୁ ଆଉ ଆମର ଗୋଟେ ଘର ଛାଡି ବୋଷ ବାବୁଙ୍କ ଘର କଣ୍ଟ୍ରାକ୍ଟ ନେଇ ତିଆରି କରୁ ଥିଲେ I ମୁଁ ଗତ ଜାନୁଆରୀ ମାସରେ ମଝିଆ ବଡ଼ ଶଳାନ୍କ ଝିଅ ମିଲିର ବିଭାଘରକୁ ଆସିଥିଲା ବେଳେ ଏଇ ନିରଂଜନକୁ ଖୋଜି ଥିଲି I ମୁଁ ତା ବିଷୟରେ ଆମ ଘରେ ଥିବା ଭଡାଟିଆ ସୁବାସ ସାହୁଙ୍କୁ ମଧ୍ୟ ବହୁଥର ପଚାରି ଥିଲି କିନ୍ତୁ ଘର ଛାଡିବାକୁ ପଡିବ ଏହି ଭୟରେ ସେ ମତେ ତା ବିଷୟରେ କିଛିବି କହି ନଥିଲେ କି ତାକୁ ମଧ୍ୟ ମୁଁ ଖୋଜୁଥିଲି ବୋଲି କହି ନ ଥିଲେ I ପରେ ମୁଁ ନିରଞ୍ଜନ ଠାରୁ ଜାଣିଥିଲି ଯେ ସେ ମଧ୍ୟ ଆମ ବିଷୟରେ ପୂର୍ବରୁ ଅନେକ ଥର ସୁବାସ ସାହୁଙ୍କୁ ପଚାରି ସାରିଥିଲା କିନ୍ତୁ ସେ ଓ ତାଙ୍କ ସ୍ତ୍ରୀ ଜାଣି ଶୁଣି ଚୁପ ରହୁଥିଲେ I

ଏଠାରେ ମୋ ଘରେ ଭଡାରେ ରହୁଥିବା ସୁବାସ ସାହୁଙ୍କ ବିଷୟରେ ଉଲ୍ଲେଖ କରିବା ଜରୁରୀ I ସେ ଲୋକଟି ୧୯୯୪ ରୁ ୨୦୦୬ ପ୍ରାୟ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ମାନେ ଗୋଟେ ଯୁଗ ମୋର ନୂଆ ଘର ଟାରେ ଅତି କମ̖ ଟଙ୍କା ଭଡାରେ ରହି ରହିଯାଇଥିଲେ I ପରେ ଉଠିବାକୁ କହିଲେ ମଧ୍ୟ କାନ୍ଦି କୁଂଦି କରି ରହି ଯାଉ ଥିଲେ କିନ୍ତୁ ଭଡା ବଢା଼ଉ ନ ଥିଲେ I ସେମାନେ ମୋର ଏକାକୀତ୍ୱର ପୂର୍ଣ୍ଣ ଫାଇଦା ନେଇଥିଲେ I ମୁଁ୧୯୯୪ ମସିହାରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୋ ଘର ଟାକୁ ବଢ଼ାଇ ସୁନ୍ଦର ରଙ୍ଗ ଚୁନ କରି ସୁବାସ ସାହୁଙ୍କୁ ଭଡାରେ ଦେଇ ଥିଲି I ସେତେବେଳେ ସେ ନିଜ ପୁତୁରା ସତ୍ୟ ରଞ୍ଜନ ସାହୁ ର ପରିଚୟ ଦେଇ ମୋ ସହିତ ଚିହ୍ନI ପରିଚୟ କରି ମାସକୁ ମାତ୍ର ୫୫୦ ଟଙ୍କା ଭଡାରେ ମୋ ଘର ନେଇ ଥିଲେ I କିନ୍ତୁ ପରେ ସେ ଆଉ ଭଡା ଜମାରୁ ବଢ଼ାଇ ନ ଥିଲେ I ସେ ଘରର ଯତ୍ନ ମଧ୍ୟ ନେଉ ନ ଥିଲେ I ଗାଁରୁ ଧାନ ଆଣି ଘରର ଛାତ ଉପରେ ଉସେଉଁ ଥିଲେ I ଘରେ ଝାଡୁ ଆଉ ବଡ଼ି ବିଜ̖ନେସ̖ କରୁ ଥିଲେ I ଯେତେସବୁ ଅIଖ ପାଖର ଲୋକଙ୍କ ସହିତ ବନ୍ଧୁତା କରି ଫାଇଦା ନେଉ ଥିଲେ I ମୋ ଘରେ ଭଡାରେ ରହି ତିନି ତିନି ଟା ବାଡ଼ୁଅ ଝିଅଙ୍କର ବିବାହ ଘର କରାଇଥିଲେ I ନିଜ ସାନ ପୁଅକୁ ଏମ.ସି.ଏ. କରାଇ ପଡୋଶୀ ଚାନ୍ଦ ବାବୁଙ୍କୁ କହି ବମ୍ବେରେ ନିଜ ପୁଅକୁ ଲଗାଇ ଦେଇ ଥିଲେ I ମୁଁ ୧୯୯୪ ରେ ଗୋଟାଏ ଭଲ ଲେଙ୍ଗେଡା ଆମ୍ବ ଗଛ ଲଗାଇକି ଯାଇ ଥିଲି ତାକୁ ବଞ୍ଚାଇ ସେ ପ୍ରତିବର୍ଷ ପ୍ରଚୁର ଆମ୍ବ ସବୁ ନିଜେ ଖାଉ ଥିଲେ, ପାଖ ପଡିଶା କାହାରିକୁ ଖଣ୍ଡେ ଦେଉ ନ ଥିଲେ I ଏପରିକି ଆମକୁ ମଧ୍ୟ କେବେ ହେଲେ ଦେଇ ନ ଥିଲେ କାରଣ ମୁଁ କେବେହେଲେ ବି ଆମ୍ବ ଫଳିବI ସମୟରେ ଘରକୁ ଯାଇ ପIରୁ ନ ଥିଲି I ଗଛ ର ଆମ୍ବ ଖାଇଲା ଚିନ୍ତା ନ ଥିଲା କିନ୍ତୁ ଦୁଃଖର କଥା ୨୦୦୪ ରେ ଲୋକଙ୍କ ନିଶ୍ୱାସରେ ବଜ୍ରାଘାତରେ ଗଛଟାକୁ ମରIଇ ମଧ୍ୟ ଦେଇଥିଲେ I ଶୁଖିଲା ବଡ଼ ଗଛର ଗଣ୍ଡି ଟାକୁ ବି କାଟି ନେଇ ଅIସବାବ ପ୍ରଭୃତି କରାଇଥିଲେ I ମୁଁ ରିଟାୟାର କଲା ପରେ ଯଦି ଗଛଟା ରହିଥାନ୍ତା ତେବେ ଘର ର ନକ୍ସା ଅଲଗା ପ୍ରକାର କରିଥାନ୍ତି କାରଣ ମୁଁ ଜଣେ ଅତ୍ୟନ୍ତ ବୃକ୍ଷ ପ୍ରେମୀ I ସେ ସୁବାସ ସାହୁ ଙ୍କ ବିଷୟରେ ଲେଖି ବସିଲେ ଗୋଟାଏ ପୋଥି ହୋଇ ଯିବ !
ମଣିଷର ସ୍ଵଭାଵ ବଡ଼ ବିଚିତ୍ର ଆଉ ବହୁତ ଖରାପ ମଧ୍ୟ I ମଣିଷ ଯେଉଁ ଥାଳିରେ ଖାଏ ସେହି ଥାଳିକୁ ହିଁ ସାଧାରଣତଃ କଣା କରିଥାଏ I ସେମିତି ମୋ ଘରର ଭଡାଟିଆ ଅତି କମ̖ ଭଡାରେ ରହି, ସବୁ ପ୍ରକାର ସୁବିଧା ନେଇ ମଧ୍ୟ କେବେହେଲେ ଆମର ଭଲ ଚିନ୍ତା କରି ନାହାନ୍ତି I ଖାଲି କେମିତି କେବେ ଦେଖା ହେଲେ - " ଆପଣ ଭାରି ଭଲ ଲୋକ" ବୋଲି କହି ତାଙ୍କ ସ୍ତ୍ରୀ "ଆଜି ଆମ ଘରେ ଖାଇବେ " ବୋଲି କହି ଗାଁରୁ ଆଣିଥିବା ମୋଟା ବଗଡ଼ା ଚାଉଳ ଭାତ ଆଉ ପIଣିଆ ଡାଲ୍ମା ଖାଇବାକୁ ଦେଇ ଭାବନ୍ତି ଆମେ ବହୁତ କରି ଦେଲୁ ବୋଲି I
ଭାଗ୍ୟକୁ ମୁଁ ସେ ସବା ଆଗ ଭଡାଟିଆ ପତି ଠାରୁ ୧୯୯୩ରେ ଶିକ୍ଷା ପାଇଥିଲି ବୋଲି ୧୯୯୪ ରେ ଘର କୁ ଟିକିଏ ବାଗେଇଲା ବେଳକୁ ଆମ ପାଇଁ ଗୋଟାଏ ଗ୍ୟାରେଜ ଆଉ ତା ଉପରେ ଗୋଟାଏ ହେଡ଼ ରୁମ ରଖିଥିଲି I ତଳେ ଗ୍ୟାରେଜ କୁ ଲାଗି ସୀଢୀ ତଳେ ଗୋଟାଏ ବାଥ̖ ରୁମ̖ ରଖିଥିଲି ଆଉ ସେ ସବୁକୁ ସବୁବେଳେ ତାଲI ପକାଇ ରଖୁଥିଲି I ତା ସହିତ ତଳ ଘର ଭଡାଟିଆଙ୍କର କିଛି ବି ସମ୍ପର୍କ ନ ଥିଲା I ଫଳରେ ଆମେ ଯେତେବେଳେ ଭୁବନେଶ୍ୱର କୁ ଆସୁ ଥିଲୁ ନିଜ ୟୁନିଟ ରେ ଗାଡି ଟାକୁ ରଖି ଉପରେ ଆମେ ଅତି ଭଲରେ ରହି ଯାଉଥିଲୁ କାରଣ ଗୋଟାଏ ରୁମ ଓ ସାମ୍ନାରେ ଗୋଟାଏ ବାଲ୍କୋନି ମଧ୍ୟ ରଖିଥିଲି I ସେହି ଘରଟା ମତେ ପରେ ବହୁତ ସାହାଯ୍ୟ କରିଥିଲା ଆଉ ପରେ ଏମ.ବି.ଏ. ଶେଷ କରି ମୋ ବଡ଼ ଝିଅ ଯେତେବେଳେ ଇମ୍ଫୋସିସ̖ରେ ଚାକିରୀ କରିଥିଲା ତାର ମଧ୍ୟ ରହିବାରେ କିଛି ବି ଅସୁବିଧା ହୋଇ ନ ଥିଲା I ଯଦି ସେତେବେଳେ ସେହି ଘରଟି ନ ଥାନ୍ତା ତେବେ ଏ ସୁବାସ ସIହୁଙ୍କ ଭଳି ଭଡାଟିଆ ମାନଙ୍କୁ ଥରେ ଘରେ ପଶାଇ ଦେଲେ ଆଉ ନିଜ ଘର ଭିତରକୁ ପଶିବା ପାଇଁ ମଧ୍ୟ ବାଟ ଟିକିଏ ନ ଥାନ୍ତା I

ଯେଉଁ ନିରଞ୍ଜନ ସାହୁ କଣ୍ଟ୍ରାକ୍ଟର କଥା ଲେଖୁଛି ସେ ଅନେକ ଥର ମୋ ବିଷୟରେ ସୁବାସ ସାହୁଙ୍କୁ ପଚାରିଥିଲେ କାରଣ ସେ ଗୋଟେ ଘର ସାମ୍ନାରେ ଏବଂ ଆର ଘର ଗୋଟେ ଘର ଛାଡି କରୁଥିଲା, ମୋ ଘରଟା ବି ତାକୁ ମିଳିଯାଇଥିଲେ ଭଲ ହୋଇଥାନ୍ତା ବୋଲି ସେ ଚାହୁଁଥିଲା ଏବଂ ବାରମ୍ବାର ମୋ ବିଷୟରେ ସୁବାସ ସାହୁଙ୍କୁ ପଚାରୁ ଥିଲା I କିନ୍ତୁ ସୁବାସ ସାହୁ କି ତାଙ୍କ ସ୍ତ୍ରୀ କେବେବି ମୋ ବିଷୟରେ କିଛି ଖୋଜ̖ ଖବର ଦେଉ ନ ଥିଲେ I ବୋଧ ହୁଏ ସେମାନେ ଭାବୁ ଥିଲେ ଯେ ମିଶ୍ର ବାବୁ ଆଉ ଏଠାରେ ରହିବେ ନାହିଁ, ଆମେ ଆଉ କିଛି ଦିନ ରହିଗଲେ ଘରଟାକୁ ଦଖଲ କରି ନେବା ! ତେଣୁ ୨୦୦୬ ଅଗଷ୍ଟ ମାସରେ ଯେତେବେଳେ ତାଙ୍କୁ ଶୀଘ୍ର ଘର ଖାଲି କରି ଉଠି ଯିବା ପାଇଁ କହିଥିଲୁ ସେତେବେଳେ ସୁଭାଷ ସାହୁ ଭଦ୍ର ଭାବରେ ବାହାରି ଯିବେ କ'ଣ ମୋ ସାଙ୍ଗରେ ତେରୀ ମେରୀ ବାହାର କରି ଥିଲେ I ସେଦିନ ମୋ ସାଙ୍ଗରେ ମୋ ସ୍ତ୍ରୀ ଗୀତI ଏବଂ କଣ୍ଟ୍ରାକ୍ଟର ନିରଞ୍ଜନ ମଧ୍ୟ ଥିଲା I ସୁବାସ ବାବୁ ଯେତେ ନୁହେଁ ତାଙ୍କ ସ୍ତ୍ରୀ ତତୋଧିକ, କହିଥିଲେ " ଆପଣ ଆମକୁ ଏମିତି ବାହାରି ଯିବା ପାଇଁ କହୁଛନ୍ତି ଯେ ହଠାତ କରି, ଏହା କେମିତି ସମ୍ଭବ ପର ହେବ ? ଆମକୁ ଆଉ କୌଣସି ଠାରେ ଭଡା ମିଳିଗଲେ ଆମେ ଘର ଛାଡ଼ିବୁ I" ଏଇ ହେଉଛି ମଣିଷର କୃତଘ୍ନ ପଣିଆ I ଦୀର୍ଘ ୧୨ ବର୍ଷ ରୁ ଉର୍ଦ୍ଧ କମ̖ ଭଡାରେ ରହିଲେ, ମୋ ଭଲ ଘରଟାକୁ ଦିନେ ହେଲେବି ଯତ୍ନ ନେଲେ ନାହିଁ ଆଉ ଖରାପ କରିଦେଲେ, ତିନି ତିନିଟା ଝିଅଙ୍କୁ ଏଇ ଘରେ ବିଭା କଲେ, ଗୋଟେ ପୁଅକୁ ପାଠ ପଢ଼Iଇ ମଣିଷ କଲେ, ସେ ସବୁ ଭଲ କଥା ଗୁଡାକ ଆଉ ମନରେ ନ ଥିଲା ! ହଁ ଲେଖୁଥିଲି ୧୯ ଅଗଷ୍ଟ ୨୦୦୬ ରେ ଅପରାହ୍ନ ୪.୩୦ ମିନିଟରେ ଆସି ନିଜ ଘର ଶୈଳଶ୍ରୀବିହାରରେ ପହଂଚି ଥିଲୁ I ଆସି ନିଜ ଘର ସାମ୍ନାରେ ପହଂଚି ଥିଲା ପରେ ଗାଡ଼ିରୁ ବାହାରୁ ବାହାରୁ କଣ୍ଟ୍ରାକ୍ଟର ନିରଞ୍ଜନ ସାହୁ ସାଙ୍ଗରେ ଦେଖା ହୋଇ ଥିଲା I ମୁଁ ଦେଖି ସାରିଛି ଭଗବାନଙ୍କ ଇଛାରେ ଯେତେବେଳେ ଯେତେବେଳେ ଯାହା ହେବାର ଥାଏ ତାହା ହୁଏ I ମୋର ଯେତେବେଳେ ଘର ପାଇଁ ସବୁଠାରୁ ବେଶୀ ଦରକାର ହୋଇଥିଲା ଠିକ ସେତିକିବେଳେ ଭଗବାନ ନିରଂଜନକୁ ଆଣି ମୋ ସାଙ୍ଗରେ ଭେଟ କରାଇ ଦେଇ ଥିଲେ I

ମୋ ରିଟାୟାରମେଣ୍ଟ ଥିଲା ୨୦୦୭ ଜାନୁଆରୀ ମାସରେ ତେଣୁକରି ମୁଁ ଚାହୁଁଥିଲି ତଳ ଘରଟାକୁ ଅକ୍ଟୋବର ୨୦୦୬ ରେ ଆରମ୍ଭ କରି ଜାନୁଆରୀ ୨୦୦୭ ସୁଦ୍ଧା ରହିବାର ଯୋଗ୍ୟ କରି ଦେବା ପାଇଁ କାରଣ ମୁଁ ଆଉ ଗୀତI ଅଳ୍ପ ଜିନିଷ ସହିତ ଯେମିତି ସେଠାରେ ରହି ଯାଇ ପାରିଥାନ୍ତୁ ଓ ତାପରେ ଅବଶିଷ୍ଟ ଘର ତୋଳା ହୋଇ ଥାନ୍ତା I ନିରଞ୍ଜନ ସାଙ୍ଗରେ ମୋର ସେହି ଅନୁସାରେ କଣ୍ଟ୍ରାକ୍ଟ ହୋଇଥିଲା କିନ୍ତୁ ଅସୁବିଧାରେ ପକାଇ ଥିଲା ମୋ ଘରର ଭଡାଟିଆ ସୁବାସ ସାହୁ ଆଉ ତାଙ୍କ ସ୍ତ୍ରୀ I ସେମାନେ ଜମାରୁ ଘର ଛାଡି ବାକୁ ଚାହିଁ ନ ଥିଲେ I କହିଥିଲେ - "ଆମେ ଘର ଦେଖୁଛୁ, ମିଳିଲେ ଛାଡିଦେବୁ I" ମୁଁ ଭାବିଥିଲି ଏ ଲୋକ ଦୀର୍ଘ ୧୨ ବର୍ଷ ରହି ୟାଙ୍କର ଚେର କେଂଟି ଗଲାଣି, ତେଣୁ ସେମାନଙ୍କ ସାଙ୍ଗରେ ଆଉ ଭଦ୍ରାମି କରାଯାଇ ପIରି ନ ଥିଲା I ପୁରୁଣା ନିୟମ କଣ୍ଟା ଦ୍ୱାରା ହିଁ କଣ୍ଟା ର ନିବାରଣ ପାଇଁ ଚେଷ୍ଟା କରI ଯାଇ ଥିଲା I ମୁଁ କଣ୍ଟ୍ରାକ୍ଟର ନିରଞ୍ଜନ ସାହୁକୁ ହିଁ ଲଗାଇ ଦେଇଥିଲି ଘରର ଭଡାଟିଆ ସୁବାସ ସାହୁଙ୍କୁ ବାହାର କରିବା ପାଇଁ I ଯେତେବେଳେ ମୁଁ ଦେଖିଥିଲି ସୁବାସ ସାହୁ ଘର ଛାଡିବାରେ ବିଳମ୍ବ କରୁଛନ୍ତି, ତାଙ୍କୁ ଶେଷ ବାଣୀ ଶୁଣାଇ ଦେଇ ଥିଲି ୨ ଅକ୍ଟୋବେର ୨୦୦୬ କୁ ଦଶହରା ଦିନ ମୋ ଗ୍ୟାରେଜ ଘର ଭଙ୍ଗI ହେବ ଆଉ ବୋର̖ ୱେଲ କାମ ଆରମ୍ଭ ହେବ I ସୁବାସ ସାହୁଙ୍କୁ କହିଦେଇଥିଲି ସେ ଯେମିତି ହେଲେବି ଅକ୍ଟୋବେର ୧ ତାରିଖକୁ ମୋ ଘର ଛାଡ଼ିଦେବେ କାରଣ ସେ ନ ଛାଡିଲେ ମଧ୍ୟ କାମ ଆରମ୍ଭ ହୋଇ ଯିବ I ତାହାହିଁ ହୋଇ ଥିଲା I ଠିକ̖ ୨ ଅକ୍ଟୋବେର ୨୦୦୬ରେ ଭଙ୍ଗI କାମ ଆରମ୍ଭ ହୋଇ ଥିଲା I ଏ କଥା ମଧ୍ୟ ଜଣାଇ ଦେଇ ଥିଲି ଯଦି ଘର ନ ଛାଡି ରହିଥିବେ ତେବେ ଘର ଭଙ୍ଗI ହେଲା ବେଳକୁ କିଛି ଅଘଟଣ ହୁଏ ସେଥିପାଇଁ ସେମାନେ ଦାୟୀ ରହିଥବେ I ଏଣେ ମୁଁ ନିରଂଜନକୁ କହି ଦେଇଥିଲି I ସେ ବିହାରୀ ଘର ଭଙ୍ଗIଳି ଦଳଙ୍କୁ କାମରେ ଲଗାଇ ଦେଇଥିଲା ଠିକ̖ ଦଶହରା ଦିନ I ସେମାନେ ଦଶହରା ଦିନ ପୂଜା ଦେଇ ସାରି ଦୁଲ̖- ଦୁଲ̖ କରି ମୋର ଗ୍ୟାରେଜ ଘର ଭାଙ୍ଗିବା ଆରମ୍ଭ କରି ଦେଇ ଥିଲେ I ଆଉ ଠିକ̖ ସେହି ଦିନ ରାତିରେ ସୁବାସ ସାହୁ ରିକ୍ସା ଡାକି ଧୀରେ କରି ଗାତରୁ ମୂଷା ପଳାଇଲା ପରି ପଳାଇ ଯାଇ ଥିଲେ I ସେ ଲୋକଟି ଘର ଛାଡିବା ବେଳେ ସାମାନ୍ୟ ଭଦ୍ରାମି ମଧ୍ୟ ରକ୍ଷା କରି ନ ଥିଲେ, ଆମକୁ ନ ଜଣାଇ ଆଉ ଘର ଛାଡିଲା ବେଳକୁ ଏକ ମାସର ଭଡା ନ ଦେଇ ଚୁପ କରି ଚାଲି ଯାଇ ଥିଲେ ଏବଂ କେଉଁଠାକୁ ଗଲେ ସେ ଠିକଣା ମଧ୍ୟ ଦେଇ ନ ଥିଲେ I

ମୁଁ ସେତବେଳକୁ ବେଲପାହାଡ଼କୁ ଚାଲି ଯାଇ ଥିଲି I ନିରଞ୍ଜନ ମତେ ସବୁ ଖବର ମୋବାଇଲରେ ଜଣାଇ ଥିଲା I ସେ ଯାହାହେଉ ସେତେବେଳେ ମୁଁ ସେ ଖବର ପାଇ ଅଶେଷ ଶାନ୍ତି ଅନୁଭବ କରିଥିଲି କାରଣ ଆମ ହାତରେ ଆଉ ସମୟ ନ ଥିଲା I ତିନି ମାସ ଭିତରେ ତଳ ଘରଟା ଯେମିତି ହେଲେ ରେଡି ହେବାକୁହିଁ ଥିଲା I ତା ପରେ ପୁରା ଜୋର̖ରେ ମୋ ଘର କାମ ଚାଲି ଥିଲା I ମୁଁ ନିରଂଜନକୁ ଟଙ୍କା ଯୋଗାଇବାରେ ତିଳେ ହେଲେ ବିଳମ୍ବ କରି ନ ଥିଲି I ଘରର ନକ୍ସା ପାସ̖ କରାଇବା ଠାରୁ ସେଲ̖ ଡିଡ଼̖ କରାଇବା ପର୍ଯ୍ୟନ୍ତ ସବୁ କାମକୁ ସେ ନିରଞ୍ଜନ କରାଇ ଥିଲା I ଏଣେ ଘର ତିଆରି ଚାଲି ଥାଏ ସେଣେ କମ୍ପାନୀରେ ମତେ ସସ୍ତ୍ରୀକ ୧୦ ଦିନ ପାଇଁ ସିଙ୍ଗାପୁର ଓ ଥାଇଲାଣ୍ଡ ଯିବା ପାଇଁ ଏମ.ଡି. କାମIଥ̖ ସାହେବ ସାଂକ୍ସନ କରିଥିଲେ ମୋର ଦୀର୍ଘ ୨୬ ବର୍ଷର ଭଲ କାମ କରିଥିବା ର ପୁରସ୍କାର ସ୍ୱରୂପ I ଯାହାହେଉ କମ୍ପାନୀର ଅତିଥି ଭାବରେ ସସ୍ତ୍ରୀକ ଯାଇ ଅତି ଭଲରେ ସିଙ୍ଗାପୁର ଆଉ ଥାଇଲାଣ୍ଡ କୁ ପୁରା ବୁଲି ଆସିଥିଲୁ I ସମସ୍ତ ଖର୍ଚ କମ୍ପାନୀ ବହନ କରିଥିଲା ଏବଂ ଦୈନିକ ହାତ ଖର୍ଚ୍ଚ ପାଇଁ ଉପଯୁକ୍ତ ଅର୍ଥ ଡଲାର ହିସାବରେ ଦିଅI ଯାଇଥିଲା I ସେ ବୁଲା କଥା ଏବେବି ମୋ ମନରେ ଅଛି ଏବଂ ଫୋଟୋ ଗୁଡିକ ମଧ୍ୟ ଅଛି କେତେବେଳେ ସମୟ ପାଇଲେ ସେ ବିଷୟରେ ଲେଖିବି I ସେଣେ ମୋ ତଳ ଘରଟାର କାମ ଆଗେଇ ଚାଲିଥିଲା I ନିରଞ୍ଜନ ମତେ ମଉସI ବୋଲି ଡାକୁ ଥିଲା ଆଉ ନିଜର ଭଳି ଭାବି କାମ କରୁ ଥିଲା I ମୋର ତ କେହି ପୁଅ ନ ଥିଲେ ଭଗବାନ ମତେ ଏ ନିରଞ୍ଜନ ପରି ଲୋକକୁ ଆଣି ଯୁଟାଇ ଦେଇ ଥଲେ I ମୁଁ ଦେଖି ସାରିଛି ଯାହାର କେହି ନ ଥାନ୍ତି, ଭଗବାନ ତାକୁ ସାହାଯ୍ୟ କରିଥାନ୍ତି I ତେଣୁ ଭଗବାନଙ୍କ ଉପରେ କେବେ ହେଲେ ବିଶ୍ୱାସ ହରାଇବା ଉଚିତ ନୁହେଁ I

ମୋ ରିଟାୟାର̖ ପରେ ଆମେ ୧୦ ମାର୍ଚ୍ଚ ୨୦୦୭ରେ ବେଲପାହାଡ ଛାଡି ଭୁବନେଶ୍ୱରକୁ ଆସିଥିଲୁ ଆଉ ମୋର ତଳ ଘରଟାରେ ହିଁ ରହିଥିଲୁ I ଆମେ ଥାଇ କରି କାମ ପୁରା ଦମ̖ ରେ ଚାଲିଥାଏ I ଘର ତିଆରି କାମ ଚାଲିଥିଲା ପୁରା ଏକ ବର୍ଷ ତିନି ମାସ I କରୁ କରୁ ମୋ ଘର ନକ୍ସା ଅନୁସାରେ ତିନି ମହଲା ହୋଇଗଲା I ମୁଁ ଆଗରୁ କେବେବି ଏତେ ବଡ଼ ଘରର ଚିନ୍ତା କରି ନ ଥିଲି I ସବୁ ସେହି ଭଗବାନଙ୍କର ଇଛା I ଶେଷରେ ୧୧ ଫେବୃଆରୀ ୨୦୦୮ ରେ ସରସ୍ବତୀ ପୂଜା ଦିନ ଘରର ହୋମ କରାଇଦେଲି ଆଉ ତା ପରେ ଯେଉଁ ସବୁ ଛୋଟ ବଡ଼ କାମ ବାକି ଥିଲା ତାକୁ ସବୁ ଶେଷ କରାଇ ୨୧ଫେବୃଆରି ରାତିରେ ପ୍ରଥମ ମହଲIରେ ମୋ ଘରେ ଶୋଇଥିଲି I ସେଦିନ ମୋ ମନ ଭଗବାନଙ୍କ ପ୍ରତି କୃତଜ୍ଞତାରେ ପୂର୍ଣ୍ଣ ହୋଇ ଯାଇ ଥିଲା I ମଣିଷର ଏ ଛୋଟ ଜୀବନରେ ଆଉ କଣ ଦରକାର ? ରିଟାୟାର̖ ମେଣ୍ଟ ପରେ ରହିବ ପାଇଁ ଘର ଖଣ୍ଡିଏ ଆଉ ସେଇଟା ହୋଇଗଲା ପରେ ମୁଁ ଯାହା ଆଶା କରିଥିଲି ତାହା ପୁରଣ ହୋଇ ଯାଇ ଥିଲା I ମୋର ବହୁ ଦିନର ଅଭିଳାଷI ପୂର୍ଣ୍ଣ ହୋଇଯାଇଥିଲା I


ଶ୍ରୀ ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨

Post a Comment

0 Comments