OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପ୍ରିୟା ନ କର ଗୁମାନ - ଆଦିତ୍ୟ ଦାସ

ପ୍ରିୟା ନ କର ଗୁମାନ - ଆଦିତ୍ୟ ଦାସ

ନ କର ଗୁମାନ ପ୍ରିୟା ନ କର ଗୁମାନ,
ବୁଧ ତାତ ମୁଖ ତୁମ୍ଭ ପଡ଼ିଛି ମଳିନ ।
କେଶ ବିନ୍ୟାସ ତୁମ୍ଭର ନ ଦିଶଇ ଶୋଭା,
ପୁଷ୍ପମାଳା ଖୋଜେ ତୁମ୍ଭ ସୁସଜ୍ଜିତ ଗଭା ।
କର୍ଣ୍ଣର କୁନ୍ତଳ ପାଶେ ଦିଶେନାହିଁ କାନ୍ତି,
ପୂର୍ବେ ଦିଶୁଥିଲା ଯେହ୍ନେ ବାଳ ଭୃଙ୍ଗପନ୍ତି ।
ଚଂଚଳ ଚକ୍ଷୁ ପଲକ ହୋଇଅଛି ଧୀର,
ଭୃଲତା ବେନି ତୁମ୍ଭର ନ ଟେକି ଉପର ।
କେଡ଼େ ଶୋଭାବନ ଥିଲା କୁଞ୍ଚିତ କପାଳ,
ଅଝଟ ବେଳେ ନ ଦିଶେ ସେ ମୁଖମଣ୍ଡଳ ।
ଦନ୍ତେ ଓଷ୍ଠ ଛନ୍ଦି ଲାଜେ ନାହିଁ ମନ୍ଦ ହସ,
ହିଆରେ ମିଶା ଚିବୁକ କରୁନାହିଁ ବାସ ।
ସିଂଥିର ସିନ୍ଦୁର କହେ ମୁଁ ସିନା ସୁନ୍ଦର,
ଗୁମାନ ମୁଖେ ନ ଶୋହେ ଆହେ ନାରୀବର ।
ନ କର ଗୁମାନ ପ୍ରିୟା ନକର ଗୁମାନ,
ହସ୍ତେ ଦିଅ ଛନ୍ଦି ଦେବି ପୀରତି ଚୁମ୍ବନ ।


କବି ଆଦିତ୍ୟ ଦାସ,
ବଡ଼ବାଡ଼, ଇଚ୍ଛାପୁର,
ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ ।

0 Comments