OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅପାସୋରା ଏକ ସ୍ମୃତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଅପାସୋରା ଏକ ସ୍ମୃତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା , ରୂପେଲି ଚନ୍ଦ୍ରାଲୋକ
ଜୋଛନା ଭିଜା ଏ ରଜନି ସଜନୀ , ଉଛୁଳା ମନର ଭୋକ ।।

ପୁରୁଣା ମଧୂର ବିଜନ ଲଗ୍ନ , ସାଇତି ରଖି ମନରେ
ପ୍ରତିଟି ସକାଳ ଗୁଞ୍ଜରିତ ଏଠି ,ସେହି ସ୍ମୃତି ଚାରଣରେ
ବିହ୍ଵଳିତ ହୋଇ ଜୀବନ କଟଇ , ତୁମେ ମୋର ସୁଖ, ଦୁଃଖ ।।

ଅପରୂପମୟୀ ପାହାନ୍ତି ଆକାଶ , ସତେକି ଗୋ କୁଆଁ ତାରା
ବୟଷର ବନଫୁଲେ ଫୁଲି ହର୍ଷେ , ମୋ ହାତରେ ଦେଲେ ଧରା
ସେ ଦିନର ସେଇ ଅଭୁଲା ପରଶ, ଅପାସୋରା ସ୍ମୃତି ଏକ ।।

କୁମାରୀ ମନର ନିଦ୍ରା ଭାଙ୍ଗିଦେଇ , ଭରିଦେଲ ମନେ ନିଆଁ
ପହିଲି ବରଷା ପରଶେ ମାଟିରେ , ଲାଗିଲା ଶୀତଳ ଚିଆଁ
ମୋ ଉଷ୍ମତା ତୁମ ଶୀତଳତା ମିଶି , ଜଳିଲା ପ୍ରେମ ଆଲୋକ ।।

ସ୍ନିଗ୍ଧ କୋମଳ ମଧୂର ବାସ୍ନା, ଫଗୁଣ ଫୁଲେଇ ଫୁଲେ
ଅଧୀର ତୃଷିତ ଦେହ,ମନ, ତୃଷ୍ଣା , ଟାଣିନେଲା ତୁମ କୋଳେ
ହଜିଗଲା ମନ ହଜିଲା ସପନ , ଲଭି ତୁମ ଅଙ୍ଗ ସଙ୍ଗ ।।

ଅପାସୋରା ଲଗ୍ନ ସେରାତି ସେଜହ୍ନ , ଭୁଲିହୁଏ ନାହିଁ ନାହିଁ
ସେଦିନ ର ତୁମ ପଦାଙ୍କିତ ଚିହ୍ନ, ଥିବ ସବୁଦିନ ପାଇଁ
ସେ ଅତିତ ଅତି ପରିଚିତ ମୋର , ସ୍ନେହ,ଓ ପ୍ରେମ ପ୍ରତିକ ।।

0 Comments