ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପରମାଣୁ ଗଳ୍ପ - ନିଜେ ଠିକ୍ ଥିଲେ ଦୁନିଆ ଠିକ୍ - ଅମିତ ରଣା

ପରମାଣୁ ଗଳ୍ପ - ନିଜେ ଠିକ୍ ଥିଲେ ଦୁନିଆ ଠିକ୍ - ଅମିତ ରଣା

ନରିଆ କୁହେ ନିଜେ ଠିକ୍ ଥିଲେ ଦୁନିଆ ଠିକ୍ । ସରକାରଙ୍କ ତରଫରୁ ତାକୁ ଗୋଟେ ଘର ମିଳିଲା । ସମ୍ବଳ ଅଭାବ ଓ ସରକାରୀ ଦହଗଞ୍ଜରୁ ନିସ୍ତାର ପାଇଁ ସେ ପପୁ ଠିକାଦାରକୁ ଘର ତିଆରି କାମ ଦେଇ ଦେଲା । ଘର ତିଆରି ହେବାର ଦି ମାସ ନ ଯାଉଣୁ ବର୍ଷା ହେଲେ ଘର ସମୁଦ୍ର ପାଲଟିଲା, ଫାଳ ଫାଳ ହେଇ ପଲସ୍ତରା ସବୁ ଉତୁରିବାକୁ ବସିଲା । ନରିଆ ମୁଣ୍ଡରେ ହାତ ଦେଇ ଠିକାଦାର ପାଖକୁ ଗଲା । ଠିକାଦାର ହସିହସି କହିଲା, "ହଇରେ, ଖର୍ଚ୍ଚ ପାଇଁ ପାଞ୍ଚ ହଜାର ନେଇଥିଲୁ ପରା... ପୁଣି କହିଥିଲୁ, "ନିଜେ ଠିକ୍ ଥିଲେ ଦୁନିଆ ଠିକ୍ ।"

0 Comments