OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଭସାଇ ନେବ ତୋ ବଡ଼ଦେଉଳର ମୋହ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଭସାଇ ନେବ ତୋ ବଡ଼ଦେଉଳର ମୋହ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମୋ ଆଖିରେ ଭରି ଦେଇଛ ଠାକୁରେ
ସାତ ସାଗର ର ଲୁହ,
ମୋ ଅନ୍ତରେ ଭରି ରହିଛି ଅନେକ
ଅକୁହା ବେଦନା କୋହ,
କୋହ ଲୁହ ମୋର ଭସାଇବ ତୁମ
ବଡ଼ ଦେଉଳ ର ମୋହ । ମୋ ଆଖିରେ ଭରି ଦେଇଛ…।।

ପତିତପାବନ ବାନା ଉଡ଼ାଇ ହେ
ମୋ ପାଇଁ କିଆଁ ପଥର,
ମୁଖ କି ବଧିର ହେଲ ହେ କାଳିଆ
ଦୁଃଖ ନଯାଏ ମୋହର,
ଦୁଃଖ ଜଞ୍ଜାଳେ ମୋ ଅସରା ଜୀବନ
କେମିତି ସହିଛ କୁହ । ମୋ ଆଖିରେ ଭରି ଦେଇଛ…।।

ଆଉ କେତେ ଦୁଃଖ ଦେବ କଳା ଚାନ୍ଦ
କିଏ ଶୁଣିବ ଗୁହାରୀ,
ଦୀନନାଥ ବୋଲି ମରତେ କୁହନ୍ତି
ତୁମେ ବୈକୁଣ୍ଠ ବିହାରୀ,
ଆହେ ବିଶ୍ବପତି ଆଉକି ଦୁଃର୍ଗତି
ମୋ ପାଇଁ ରଖିଛ କୁହ । ମୋ ଆଖିରେ ଭରି ଦେଇଛ…।।

ମରି ମରି ଏବେ ବଞ୍ଚିଛି ଖାଲି ମୁଁ
ଲଭି ଅନେକ ଯାତନା,
ଏହା ତୁମ ଦାନ କିବା କୃତ୍ତକର୍ମ
ଭୁଞ୍ଜୁଅଛି କଳାକାହ୍ନା,
ପ୍ରଫୁଲ୍ଲ ତଥାପି ଛାଡ଼ିନି ଏବେବି
ତୁମ ଦରଶନ ମୋହ । ମୋ ଆଖିରେ ଭରି ଦେଇଛ…।।

1 Comments

  1. Ramesh Chandra MishraJuly 21, 2018 at 1:18 AM

    ସୁନ୍ଦର ଭଜନ । ନିଜ ନାଁ ଭଣତି କରିବାର ପରମ୍ପରା ଆଉ ନାହିଁ । ତାହା ନହେଲେ ବି ଚଳିବ । ଧନ୍ୟବାଦ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।