ବିଶ୍ଵାସ - ରାଜେଶ ପୂଜାରୀ

ବିଶ୍ଵାସ - ରାଜେଶ ପୂଜାରୀ

ଯେତେବେଳ ଯାଏ
ବିଶ୍ବାସ ବଞ୍ଚିରହେ
ସବୁ ଠିକ୍ ଥାଏ
ନଚେତ୍ ଜମା ବଡ଼ କଥା ନୁହେଁ
ଆଞ୍ଜୁଳାଏ ବିଷାକ୍ତ ପବନରେ
ନିମିଷେକେ ହିମାଲୟ ଭାଙ୍ଗିବାକୁ
ଖଣ୍ଡ ବିଖଣ୍ଡିତ ହୋଇ ।

ମୁଁ ଶୂନ୍ୟ ଶୂନ୍ୟ
ମହା ଶୂନ୍ୟ
ମୋର ବୋଲି ନାହିଁ କିଛି
ଆଉ ମୋ ପାଖରେ
ଯାହାକୁ ମୋର ବୋଲି
ସବୁଆଡେ଼ ଗର୍ବ କରୁଥିଲି
ସେ ଉଡ଼ିଲା ଫୁର୍ କରି
ଦୋଛକିରେ ଛାଡ଼ି ମତେ
ବିଶ୍ବାସ ମୋ ମହୁମୁହାଣ
ହେଲା ଲହୁ ଲୁହାଣ
ନା'କହି ହୁଏ ନା'ସହି ହୁଏ
ବ୍ୟଥା ଯାହାକୁ ଯେତେ।

ବିଶ୍ବାସ ପ୍ରୀତିର ଅନ୍ୟ ଏକ ନାମ
ଭାବୁଥିଲି ବାଲ୍ୟକାଳରୁ,
ଅବିଶ୍ବାସେ ଶୀଳା ବିଶ୍ୱାସେ ଇଶ୍ଵର
ଶୁଣିଛି ଅନେକ ଠାରୁ।

ହେଲେ ତା'ସାଥିରେ
ସ୍ବାର୍ଥନ୍ଧତାର ଗଲିରେ
ମୁହାଁମୁହିଁ ହେଲି ଯେବେ
ବିଶ୍ବାସ ପାଖରୁ
ବିଶ୍ବାସ ଉଠିଗଲା ତେବେ।


କୁଶମେଲ, ଝାରସୁଗୁଡ଼ା

0 Comments