OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ବାହୁଡା ଦିଅଁ - ଗୌରାଙ୍ଗ ଚରଣ ବେଉରା

ବାହୁଡା ଦିଅଁ - ଗୌରାଙ୍ଗ ଚରଣ ବେଉରା

ଶରଧା ବାଲିରେ ଲୀଳାସାରି ପ୍ରଭୁ
ଫେରିବ ବଡ ଦେଉଳେ,
ଜନମ ବେଦୀକୁ ଝୁରି ହେଉଥିବ
ବସି ଭକତଂକ ମେଳେ ॥
ଜନମ ମାଟିକୁ କଥା ଦେଇ ତୁମେ
ଫେରିବ ଲକ୍ଷ୍ମୀଂକ ପାଶେ,
ରତ୍ନ ସିଂହାସନ ଜୀବନ୍ତ ହୋଇବ
ଆସି ତୁମରି ପରଶେ ॥
ପଣ୍ତା ପଡିହାରି ଖୁସିରେ ନାଚିବେ
ତୁମରି ବୈକୁଣ୍ଠ ଧାମେ,
ଭକତେ ଗାଇବେ ମନର ରାଗିଣୀ
ବୁଡିରହି ତବ ନାମେ ॥
ନାନା ବେଶ ହେବ ଦେଉଳ ଦୁଆରେ
ଭକତ ଗଳାମାଳିଆ,
ଦୁଇବାହୁ ତୋଳି ଭକତେ ନାଚିବେ
ହେ ପ୍ରଭୁ ନିଳାଚଳିଆ ॥
ଅଧର ପଣାର ଶାନ୍ତିଦୋକ ପାଇ
କଳୁଷ ନାସି ସରବେ,
ବଡଦାଣ୍ତେ ଗଡି ପବିତ୍ର ହୋଇବେ
କଥାଅଛି ଜନରବେ ॥
ତୁମେ ଦେଖୁଥିବ ଭକତ ସ୍ୱରୂପ
ତବ ସେ ଚକାନୟନେ,
ପତିତପାବନ ମଳୟ ଦୋଳିରେ
ପାପ ଧୋଉଥିବ ମନେ ॥
ଶୂନ୍ୟବେଦୀ ପରେ ଶୂନ୍ୟଦେହି ବସି
ନିରେଖିବ ସବୁ ଦୁଃଖ,
ବାହୁତୋଳି ତୁମେ ଜଗତ ଜନଂକୁ
ପରଖିବ କଳାମୁଖ ॥
ଆଶା ବୈତରଣୀ ସଂଚାର କରିବ
ଦୀନହୀନ ଜନପାଇଁ,
ବାହିନେବ ପ୍ରଭୁ ସଂସାର ତରୀକୁ
ସଂସାର ନାଉରୀ ହୋଇ ॥




ଗୈାରାଂଗ ଚରଣ ବେଉରା
ଶିକ୍ଷକ କୁଲିଆମାଲ ଉଚ୍ଚ ବିଦ୍ୟାଳୟ

0 Comments