କେମିତି ହେବ ନାରୀ - ତପସ୍ଵିନୀ ଦାଶ

କେମିତି ହେବ ନାରୀ - ତପସ୍ଵିନୀ ଦାଶ

ପଚାରୁଥିଲ ନା କେମିତି ହେବ ନାରୀ
ଓହ୍ଲେଇ ଆସ ଆକାଶରୁ
ପୃଥିବୀ ପରି ପତାଇଦିଅ ଛାତି,
ନାଚୁ ,ଗାଉ, ଖେଳୁ ,ଡେଉଁ ଖୋଲିବ ନାହିଁ ପାଟି,
ଖୋଳନ୍ତୁ ଗାତ ପୋତନ୍ତୁ ଗଛ
ତମକୁ ଦେଲେ ବି ପୋତି,
କରିବ ନାହିଁ କେବେ ଆପତ୍ତି,

ଫୁଟି ଯାଅ ଫୁଲ ଟେ ପରି ସୁରଭି
ଯାଅ ବାଣ୍ଟି,
ମହାଦୃମ ର ଜନମ ପାଇଁ
ନିଜେ ବି ଯାଅ ଫାଟି ।
ଫାଟିଫାଟିକି
ଆପଣା ଛାଏଁ କେମିତି ପାରେ ହସି
ଫାଟି ପାରିଲେ ତୁମେ ବି ହେବ ନାରୀ।
ସୁରୁଜ ତେଜ ଦିହରୁ ଛାଡ଼
କମଳ ପରି ନିତି ରୁହ ଫୁଟି,
ନିତି ଫୁଟ , ନିତି ମଉଳ
କରନି ପ୍ରତିବାଦ ,
ଖଟା ବି କହୁ ,କୁହନ୍ତୁ ମିଠା
ତଥାପି ତୁମେ ଫଳ ।
ନଦୀ ପରିକା ବହି ବହିକା ନିତି
ବହି ଚାଲ,
ପାହାଡ଼ ପଡୁ ପଡୁ ହେନ୍ତାଳ
ଭୁଲିବ ନାହିଁ ବାଟ।
ତୁମ ଦେହରୁ ମିଠା ଚୋରାଇ
କରୁ ସେ ଲବଣାକ୍ତ,
ଗର୍ଜନ ସହି ପଡିବ ଶୋଇ
ଯେମିତି ନାରୀ
ନିତି ପଡେ ଶୋଇ ।
ଖୋଲିବ ନାହିଁ ପାଟି
ସୁବର୍ଣ୍ଣ ପରି ଖାଇ ପ୍ରହାର
ଝଟକୁ ଥିବ ଭଳିକି ତେଜ ନେଇ।
ବାପ କହିବ, ସ୍ୱାମୀ କହିବ
ଭାଈ କହିବ
କହିବ ପୁଣି ଜନମ କଲା ପୁଅ,
ସବୁ କଥା କୁ ଚନ୍ଦନ କରି
ମାଖି ନେଇକି ଚାଲିବ କୁହ
ହୋଇ ପାରିବ ଏଇ ଯୁଗରେ
ସତସତିକା ନାରୀ ।


ତପସ୍ୱିନୀ ଦାଶ
ବୁଢ଼ୀଖମାରି ଶାସନ, ଭଂଜପୁର, ବାରିପଦା

0 Comments