OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କାଳିଆକୁ ପଦିଏ ପ୍ରଶ୍ନ - ରମେଶ ଚନ୍ଦ୍ର ମିଶ୍ର

କାଳିଆକୁ ପଦିଏ ପ୍ରଶ୍ନ - ରମେଶ ଚନ୍ଦ୍ର ମିଶ୍ର

କାଳିଆ ରେ !
ମୁହଁ ଖୋଲି ତୋତେ
କେବେ କିଛି ମାଗେନାହିଁ ବୋଲି
ତୁ କିଆଁ ଭାବିନେଇଛୁ-
ମୋର କିଛି ମାଗିବାର ନାହିଁ,
ନମାଗିଲେ ବି ତୁ
ଯାଚିଯାଚି ଦେଉ ବୋଲି ତ
ସଂସାର ଲୋକେ ତୋତେ
ଆଦରେ କହନ୍ତି
ତୁ କୁଆଡେ ଭକ୍ତ ଭାବଗ୍ରାହୀ ।
ତୋ ହିସାବରେ
ମୁଁ କଣ ତୋର ଭକ୍ତ ନୁହେଁ ?
କାମନାହୀନ ସମର୍ପଣ ଭାବ
ତୁ ଚାହୁଁ ବୋଲି ତ
ସେଇ ଭାବରେ
ମୁଁ ନିତି ଅବଗାହେ ।

କେତେ ଆଉ ଜଳାଇବୁ- କନ୍ଦାଇବୁ
ପରୀକ୍ଷା ତୁ ନେବୁ,
ତୋ ମନର ଓରିମାନା
କେବେରେ ମେଣ୍ଟିବ ?
ଚରୈବତି ମନ୍ତ୍ର ଶୁଣି ଶୁଣି
କାନ ମୋର ବଧିରା ହେଲାଣି
ହାତ- ପାଦ- ତନୁ- ମନ
ଅସାଡ ହେଲାଣି
ଦ୍ବାରକାର ନଭଶ୍ଚୂମ୍ବୀ ପ୍ରାସାଦ
କେବେ ପହଞ୍ଚିବ ?
ନଇଁଆସେ ସାହାହ୍ନର ରବି
ସୁଖ ତ ନମିଳୁ ପଛେ
ମୋ ମାଗିବା ମୋ ପାଖରେ ଥାଉ
ଦେଖା ତୋର ଅପରୂପ ଛବି ।

କାଳିଆ ରେ !
ମନର ଯମୁନା ମୋର
ବହେ ଆଜି ଉଜାଣି ଢଙ୍ଗରେ
ଅସୁମାରି ପ୍ରଶ୍ନର ଗହଳି ଜମୁଛି-
କାହିଁକି ଆସିଛି ମୁହିଁ
ତୋର ଏଇ ପ୍ରିୟ ରଙ୍ଗମଞ୍ଚେ
ଯେବେ ମୋ ଅଭିନୟ ନିଭାଇ ପାରୁନି
ଇଚ୍ଛା ମାତ୍ର ମନମଧ୍ୟେ ସାର ।
ମାନୁଛି ମୁଁ,
ଖିଆଲ ତୋ ଭାଙ୍ଗିବା ଗଢିବା
ତା ଭିତରେ ସୃଜନର ଶଙ୍ଖନାଦ ହୁଏ ବୋଲି
ଏ ଚିରନ୍ତନ ସତ୍ୟକୁ କଣ ଏଡେଇ ଚାଲିବା ?
ଜୀବ ଦେଲୁ, ଉଦ୍ଦେଶ୍ୟ ବି ଦେଲୁ
ସୁଖର ବେଳକୁ କିଆଁ ବାମନ ସଜାଇ
ଦୁନିଆରେ ହନ୍ତସନ୍ତ କଲୁ ?
କହିବିନି କହିବିନି ଯେତେ ଭାବିହୁଏ
କାଳିଆ ରେ ?
ତୋତେ ଆପଣାର ଭାବେ ବୋଲି ତ
ଆପେ ଆପେ ତୁଣ୍ଡ ଖୋଲିଯାଏ ।
ଆପେ ଆପେ ତୁଣ୍ଡ ଖୋଲିଯାଏ ।


ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ । ସମ୍ପର୍କ-୯୪୩୮୪୮୧୧୩୬

4 Comments

  1. ସୁନ୍ଦର ଭାବପୂର୍ଣ୍ଣ ଉପସ୍ଥାପନା ।

    ReplyDelete
  2. Ramesh Chandra MishraJuly 24, 2018 at 11:37 PM

    ଧନ୍ୟବାଦ ବନ୍ଧୁ ଘନଶ୍ଯାମ ।

    ReplyDelete
  3. Ramesh Chandra MishraJuly 25, 2018 at 5:20 AM

    ଧନ୍ୟବାଦ ସିଦ୍ଧେଶ୍ବର ବାବୁ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।