ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ତୁମପାଇଁ (ଭାଗ-୬) - ରାଜେଶ ପୂଜାରୀ

ତୁମପାଇଁ (ଭାଗ-୬) - ରାଜେଶ ପୂଜାରୀ

ପାଣି କ୍ଷୀର ଏକାଠି ମିଶାଇଦେଲେ ବି
ପାଣି ଛାଡ଼ିଦେଇ କେବଳ-
କ୍ଷୀର ପିଉଥିବା ହଂସ ପରି
ଅବିଶ୍ବାସ୍ୟ ଶବ୍ଦକୁ ଗୁରୁତ୍ୱ ନଦେଇ
ମୁଁ ବାଦ୍ ପଡ଼ିବିନି ବାର ବାର
ମୁକ୍ତ କଣ୍ଠରେ ସ୍ୱୀକାର କରିବାକୁ ।

ହାତୀ ଚାଲି ଯାଉଥିଲେ ଭୋକନ୍ତି କୁକୁର-
ହଜାର ହଜାର
ହେଲେ ସେତ ବେପରୁଆ
ଠିକ୍ ସେମିତି ଦୁନିଆର ପେଁକାଳିକୁ ମୋର
ନାହିଁ ଜମାରୁ ଖାତର ।

ବଞ୍ଚେ ଯଦି ତୁମପାଇଁ ଦ୍ବିଧା କ'ଣ ମରିବାକୁ
ମୋ ମୃତ୍ୟୁରେ ଯଦି ଲାଭ ହୁଏ କିଛି ତୁମର
ହସି ହସି ସ୍ବାଗତିବି ମୁଁ ମରଣକୁ।

ଥରେ କ'ଣ
କୃତ୍ୟାନୁଯାୟୀ ଜନ୍ମିବି ଯେତେଥର
ମରିପାରିବି ସେତେଥର-
ତୁମପାଇଁ ବୋଲି ଲେଖିଦେବି ଚୁକ୍ତିପତ୍ରରେ
କେବଳ ନୀରବତା ଭାଙ୍ଗ ଓ କହି ଦେଖ ଥରେ ।


କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪

0 Comments