Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୁମକୁ ପାରୁନିତ ଭୁଲି - ପ୍ରଶାନ୍ତ କୁମାର ନାଥ

ଭୁଲିଯିବି ବୋଲି କହିଦେଲି ସିନା
କରିଦେଇ ତୋତେ ପର
ହେଲେ ଭୁଲିଯିବି ଯେତେ ମୁଁ ଭାବିଲେ
ମନେ ପଡୁ ସେତେ ମୋର ।
ଜିଇଁ ଯିବି ବୋଲି କହିଦେଲି ସିନା
ହେବିନି ତୁମକୁ ଝୁରି
ହେଲେ ତୁମ ବିନା କହୁଛି ସତରେ
ଯାଉଛି ପ୍ରିୟା ମୁଁ ମରି ।
କହିଦେଲି ସିନା ତୁମରି ବିହୁନେ
ବଞ୍ଚିଯିବି ଏକା ଏକା
ହେଲେ ଜାଣି ଗଲି ତୁମ ବିନା ପ୍ରିୟା
ଜୀବନଟା ମୋର ଫିକା ।
ଭାବିଥିଲି ମୁହିଁ ତୁମେ ଗଲା ପରେ
ଢାଳିବିନି ଟୋପେ ଲୁହ
ହେଲେ ଯେବେ ତୁମେ ଛାଡି ଚାଲିଗଲ
ସମ୍ଭାଳି ପାରୁନି କୋହ ।
ଆଜି ପ୍ରିୟା ମୋର ହୃଦୟ ସେମିତି
ତୁମକୁ ହେଉଛି ଝୁରି
ତୁମବିନା ସତେ ଜୀବନଟା ମୋର
ଅଟେ ମରୀଚିକା ପରି ।

Post a Comment

0 Comments