Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଦାଢ଼ି - ଦେବବ୍ରତ ଜେନା

ମୁଁ ଦାଢ଼ି......ମୁଁ ଦାଢ଼ି.........
କିଏ ଦିଏ ମତେ ଉପାଡି
ଆଉ କିଏ ଦିଏ ମୋତେ ଛାଡ଼ି
କିଏ କରେ ଆଦର ଅବା ଅନାଦର
ତଥାପି ମୁ ରହିଛି ପଡ଼ି ଯୁଗ ଯୁଗକୁ ଭିଡି
ମୁ ଦାଢ଼ି ..........(2)

ଏହି ଦାଢ଼ି ରଖି ଲିଙ୍କନ ହୋଇଲେ
ଆମେରିକା ମୁଖ୍ୟ ଅଧିକାରୀ
ଆଉ ଏହି ଦାଢ଼ି ପାଈଁ ଆମ ନରେନ୍ଦ୍ର ଭାଇ
ଭାରତର ପ୍ରଧାନ ମନ୍ତିରି ।।(3)

ଜି. ଵି.ଏସ.ଙ୍କୁ ବା ନ ଜାଣିଛି କିଏ
ଦାଢ଼ି ପାଈଁ ସିଏ ଫେମସ୍ ।
ଗରିବର ବନ୍ଧୁ ସେ ଯେ ଗୋପବନ୍ଧୁ
ଦାଢ଼ି ଵି ତାଙ୍କର ଝକାସ୍ ।।(4)

ଦାଢ଼ିଆ ବାବାଜି ହୋଇ କରି ଆଜି
ଆଶାରାମ୍ ବାପୁ ଜେଲରେ
ଆଉ ଦାଢ଼ିଆ ବାବାଜି ରୂପେ ପାଟଶାଣୀ
ଏମ.ପି. ହୋଇକି ଫେମରେ ।।( 5)

ମୋ ଦାଢ଼ିକୁ ଦେଖିକି ଘରଣୀ କହନ୍ତି
"ତୁମେ କେଉଁ ବାବାଜିର ଚେଲା "?
ଦାଢ଼ି ଗୁମର ଆଉ ଖୋଲିବାନି
ନୋହିଲେ କହିଵେ କହିଲା ।।(6)

Post a Comment

0 Comments