ଅସ୍ତବ୍ୟସ୍ତ ମନପ୍ରାଣ ମୋର,
କ୍ଷଣିକେ ବି ହେଉ ତୋତେ ଆଖିଭରି ଦେଖିବାପାଇଁ ,
ଅପେକ୍ଷାରେ ବସିଥାଏ ତୋ ଫେରନ୍ତା ବାଟରେ ,
ତୋ ଫେରନ୍ତା ବାଟକୁ ଚାହିଁ |
ଭୁଲିଯାଏ ପରିଚୟ , ବୟସ ଆଉ କାଳବେଳ,
ନିଜକୁ ନିଜଠାରୁ ହଜାଇ ଦେଇ,
ଭଲଲାଗେ ତୋ ନାଁ, ତୋ କଥା
ଆଉ ମନେମନେ କହିବାକୁ ମୁ ତୋତେ ଭଲପାଇ ||

ନା ଆଶା କରିଛି କେବେ ମୋ ମଧ୍ୟେ,
ତୋତେ ମୋର ନିଜର କରିବା ପାଇଁ,
ତଥାପି ମୁଁ ନିରୁପାୟ , ଅସହାୟ,
ତୋ ବିନା ମନେହୁଏ ସତେ ଅବା କିଛିନାହିଁ |
ନା କେବେ ଇଛା ମୁଁ କରିଛି,
ତୋ ଶରୀରର ଉଷୁମକୁ ଓଠରେ ଛୁଇଁବାପାଇଁ ,
ତଥାପି ବୁଝିହୁଏନି କାହିଁକି ହୁଏ ବାଟବଣା ,
କାହଁକି ମୁଁ ତୋତେ ଭଲପାଇ?