Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଅନୁଭୂତି କଥା - ଆପଣା କଲା କର୍ମ - ରମାକାନ୍ତ ମିଶ୍ର

ଗଲା ମଙ୍ଗଳ ବାର ଦିନ ମୁଁ ମୋ ପଢ଼।ଘରେ ବସି କାମ କରୁ ଥିଲି ବାହାରୁ ଗଛ କାଟିବାର ଶବ୍ଦ ଶୁଣି ଘରୁ ବାହାରି ବାଲକୋନୀକୁ ଗଲି ଦେଖିବା ପାଇଁ ଗଛ କିଏ କାଟୁଛି, କେଉଁଠି କାଟୁଛି ? ମୁଁ ବସି କାମ କରୁଥିଲି ପ୍ରତିଦିନ ପରି ମୋର ତୃତୀୟ ମହଲ।ରେ ଥିବା ପଢା ଘରେ । ମୁଁ ଗଛ ମାନଙ୍କୁ ପିଲା ଦିନରୁ ଭଲ ପାଏ । ମୁଁ ପିଲା ଦିନରୁ ଅନେକ ଗଛ ବିଭିନ୍ନ ସ୍ଥାନରେ କମ୍ପାନୀ ଘର ମାନଙ୍କରେ ଥିଲା ବେଳେ ମଧ୍ୟ ଲଗାଉ ଥିଲି ଆଉ ସେମାନଙ୍କର ଯତ୍ନ ନେଇ ବଡ଼ କରୁଥିଲି । ଗୋଟେ ଗଛକୁ ଲଗାଇ ପିଲା ମାନଙ୍କ ପରି ବଡ଼ କରିବାରେ କେତେ କଷ୍ଟ ତାହା ଯେ ଲଗାଏ ସେ ଜାଣେ । ଗଛ ଟିଏ ମଧ୍ୟ ମଣିଷ ମାନଙ୍କ ପରି ଯାହାର ମଧ୍ୟ ଜୀବନ ଅଛି । କେବଳ ସେ କଥା କହି ପ।ରେ ନାହିଁ । ଗଛ କେବେ ହେଲେ ବି କାହାରି କିଛି କ୍ଷତି କରେ ନାହିଁ, ବରଂ ଦରକାର ସମୟରେ ଅନେକ ଉପକାର କରିଥାଏ । ତେଣୁକରି ଆମ ଶାସ୍ତ୍ର ମାନଙ୍କରେ ମଧ୍ୟ କୁହା ଯାଇଛି ଯେ ଗଛ, ଘର, ଜମି, ବିଦ୍ୟା ଆଉ ବୁଦ୍ଧି, ଗାଈ ଗୋରୁ, ବାପା ଆଉ ମା ମାନେ କେବେହେଲେବି କାହାରି କିଛି କ୍ଷତି କରନ୍ତି ନାହିଁ, ଏମାନଙ୍କ ଠାରୁ ସବୁବେଳେ କିଛି ନ। କିଛି ଉପକାର ହିଁ ପ୍ରାପ୍ତ ହୋଇ ଥାଏ ।

ପିଲା ବେଳେ ମୁଁ ବାଇବେଲର ଗୋଟିଏ କାହାଣୀ ପଢି ଥିଲି । କାହାଣୀଟି ଏପରି ଥିଲା, ସତ୍ୟ ଯୁଗରେ ଗଛମାନେ ଉଡି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ପାରୁ ଥିଲେ ଏବଂ ମଣିଷ ମାନଙ୍କ କଥା ଅନୁସାରେ ସେମାନଙ୍କୁ ନିଜ ଉପରେ ବସାଇ ଉଡି ଯାଇ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେଇ ପାରୁଥିଲେ । ମଣିଷ ମାନେ ଏହା ଦ୍ୱାରା ବହୁତ ଉପକୃତ ହେଉ ଥିଲେ । କିନ୍ତୁ ମଣିଷ ତ ମଣିଷ, ସେ ତାର କ୍ରୁର ପ୍ରକୃତିକୁ କେବେବି ଛାଡି ପ।ରେ ନାହିଁ । ଦିନେ ଜଣେ ନିର୍ବୋଧ ମଣିଷ ଗୋଟିଏ ଗଛକୁ କାଟି ତା ଉପରେ ବସି ତାକୁ ହୁକୁମ ଦେଇଥିଲା ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେବା ପାଇଁ । କିନ୍ତୁ କଟା ଯାଇଥିବା ଗଛଟି ତାର ଆଦେଶକୁ ପାଳନ କରିବାରେ ଅସମର୍ଥ ହୋଇଥିଲା । ଫଳରେ ମଣିଷଟି ଉତକ୍ଷିପ୍ତ ହୋଇ ନିଜ ଟାଙ୍ଗିଆରେ ହଣା ଯାଇଥିବା ଗଛଟିକୁ ନିର୍ମମ ଭାବରେ ଆଘାତ କରି ଚାଲିଥିଲା । ହଠାତ କରି ଜଣେ ଦେବ ପୁରୁଷଙ୍କର ଆବିର୍ଭାବ ହେଲା, ସେ କହିଲେ- "ରେ ନିର୍ବୋଧ ମଣିଷ ଆଜି ତୁମେ ଯେଉଁ କର୍ମ କଲ ତାହା ଫଳରେ ଆଜିଠାରୁ ଆଉ କୌଣସି ବୃକ୍ଷ ଉଡି ପାରିବ ନାହିଁ ଏବଂ ସମ୍ପୂର୍ଣ୍ଣ ମଣିଷ ସମାଜ ତୁମର ଏହି କୁ କର୍ମର ଫଳ ଭୋଗ କରି ଗଛ ଦ୍ୱାରା ହେଉଥିବା ଯାତାୟାତର ସୁବିଧା ଠାରୁ ବଂଚିତ ହେବେ ।" ଏ କାହାଣୀଟି ସତ୍ୟ ହୋଇଥାଉ କି ନ ହୋଇ ଥାଉ ଏହା ମାଧ୍ୟମରେ ବହୁ ପୂର୍ବରୁ ମଣିଷ ଜାତିକୁ ସାବଧାନ କରି ଦିଆଯାଇଛି ଯେ ଗଛ ମାନଙ୍କ ପ୍ରତି ଅନ୍ୟାୟ କର ନାହିଁ, ତାକୁ କ।ଟ ନାହିଁ ନ ହେଲେ ତାର ପରିଣାମ ଭୟାବହ ହେବ । ଏବେକାର ପ୍ରାକୃତିକ ବିପର୍ଯୟ ଏହି କଥାକୁ ପୁଣି ଥରେ ଆମ ସମସ୍ତଙ୍କୁ ସାବଧାନ କରି ଦେଉଛି । ତାକୁ ମାନିଲେ ଆମର ମଙ୍ଗଳ, ନ ହେଲେ ପୃଥିବୀ ଧ୍ବଂସ ହୋଇଯିବ ।

ହଁ ଯେଉଁଦିନର କଥା କହୁଛି, ଗଛ କାଟିବା ଶବ୍ଦ ଶୁଣି ମୁଁ କାମ ଛାଡି ତୃତୀୟ ମହଲା ବାଲକୋନୀକୁ ବାହାରି ଯାଇ ଦେଖିଥିଲି ଯେ ଘର ସାମନାର ଉତ୍ତର ପଟକୁ ମୁହଁ କରି ଥିବା ସଚି ମିଶ୍ରଙ୍କ ଘରର ପଛ ପଟେ ଥିବା ବଡ଼ ଝଙ୍କାଳିଆ ଭଲ ଆମ୍ବ ଗଛଟାକୁ କାଠୁରିଆ ମାନେ କାଟୁ ଥିଲେ । ମତେ ଦେଖିକି ବହୁତ ଖରାପ ଲାଗିଲା । ମୁଁ ତ ଏମିତିରେ ବୃକ୍ଷ ପ୍ରିୟ ଲୋକ ଏ ଗଛ କଟା ଦେଖିଲେ ମୋ ମୁଣ୍ଡ ଗରମ ହୋଇଯାଏ କିନ୍ତୁ କରିବାରତ କିଛି ବି ନାହିଁ, ଚାହିଁଲେ ବି କିଛି କରି ପାରିବ ନାହିଁ । ଅନ୍ୟର ଘର, ଅନ୍ୟର ଗଛ । କିନ୍ତୁ ମୁଁ ତଳକୁ ୨ମହଲ।କୁ ଯାଇ ମୋ ସ୍ତ୍ରୀ ଗୀତାଙ୍କୁ ଜଣାଇଲି ସଚି ମିଶ୍ରଙ୍କ ଘରର ଗଛ କଟା । ସେ ବି ଜଣେ ବୃକ୍ଷ ପ୍ରେମୀ ହୋଇ ଥିବାରୁ ସଂଗେ ସଂଗେ ବାଲକୋନୀକୁ ଯାଇ ଦେଖିଲେ ଆଉ ମୋ ଭଳି ସେ ବି ମନରେ ଦୁଃଖ କଲେ । ଆମେ ଦିହେଁ କଥା ହେଲେ– “ଏ କି କଥା ? ଏମାନେ ଗଛକୁ କାହିଁକି କାଟନ୍ତି ?” ଆମ ସାମ୍ନା ରେ ୪୦ ଫୁଟ ରାସ୍ତା ଆଉ ତା ପରେ ସାମନ।ରେ ଦୁଇଟା ଘର ଗୋଟେ ଦକ୍ଷିଣ ମୁହଁ । ଯେଉଁଥିରେ ଅଜିତ ବାବୁ ରହନ୍ତି ଆଉ ଅ।ରଟ। ଉତ୍ତର ମୁହଁ । ଯେଉଁଥିରେ ସଚି ବାବୁ ରୁହନ୍ତି । ସଚି ବାବୁଙ୍କ ଘରେ ପଛପଟେ ମୁଁ ଏଠାକୁ ଆସିଲା ଦିନରୁ ଦୁଇଟା ଗଛ ଦେଖି ଆସୁଛି ଗୋଟାଏ ଆମ୍ବ ଗଛ ଘରର ଦକ୍ଷିଣ ପଶ୍ଚିମ କଣକୁ ଆଉ ଗୋଟେ ବଡ଼ ନଡ଼ିଆ ଗଛ ଘରର ଦକ୍ଷିଣ ପୂର୍ବ କୋଣରେ । ଆମ ଘର ବାଲ୍କୋନି ଗୁଡିକରେ ବସିଲେ ବହୁତ ଭଲ ଗ୍ରିନେରୀ ଦେଖାଯାଏ ଆଉ ଆମକୁ ଭଲ ଲାଗେ । ତାଙ୍କ ପରେ ଆସି ଘର କରି ରହିଥିବା ଅଜିତ ବାବୁ ଯାହାଙ୍କର ଘର ଦକ୍ଷିଣ ମୁହଁକୁ ସେ ସାଇଡ କାନ୍ଥକୁ ଲଗ।ଇ ଏକ ଲାଇନରେ ପାମ ଗଛ ଗୁଡାକ ଲଗାଇଥିଲେ ଯେଉଁ ଗୁଡାକ ଏବେ ୬-୭ ଫୁଟ ଲମ୍ବା ହୋଇଯାଇ ଆଉ ଗହଳିଆ ପତ୍ର ହୋଇ ଆମ ବାଲ୍କୋନୀ ଆଉ ତଳୁ ଅତି ସୁନ୍ଦର ଲାଗେ । ମୋ ଘର ପୂର୍ବ ମୁହଁ । ତେଣୁ ଅଜିତ ବାବୁଙ୍କ ପାମ ଗଛ ସବୁ ମୋ ସାମ୍ନାରେ ଥାଏ, ଅ।ମେହିଁ ସେ ସବୁ ଗଛର ସବୁଜିମାକୁ ଉପଭୋଗ କରୁ । ତେବେ ଚାରିଜଣ ଦକ୍ଷ କାଠୁରିଆ ମିଶି ବିରାଟ ଆମ୍ବ ଗଛଟାକୁ ୩ ଘଂଟାରେ କାଟି ଧୂଳିସାତ କରିଦେଲେ ଆଉ ଦେଖୁ ଦେଖୁ ନଡ଼ିଆ ଗଛଟାକୁ ମଧ୍ୟ ଧୂଳିସାତ କରିଦେଲେ । ଆମେ ଖାଲି ଦେଖୁଥିଲୁ ଆଉ ଦୁଃଖ କରୁ ଥିଲୁ । ସନ୍ଧ୍ୟା ବେଳକୁ କଟାଯାଇଥିବା ଗଛ ଗୁଡିକୁ ଗଡ଼ ଗଡ଼ କରି ବାହାରେ ରଖାଗଲା, ପତ୍ର ସବୁ ମଧ୍ୟ ବାହାରେ ଫୋପଡ଼ା ହେଲା । ଗୋଟେ ଟ୍ରାକ୍ଟର ଆସି ସବୁ କାଠ ଗଡ଼ ଆଉ ପତ୍ରକୁ ନେଇ ଜାଗା ଟାକୁ ସଫା କରି ଦେଲା । ଏବେ ସଚି ମିଶ୍ରଙ୍କ ଘରଟା ବୃକ୍ଷ ଶୂନ୍ୟ ହୋଇ ହତଭାଗା ଭଳି ଦେଖା ଗଲା । ଯେ ବି ଜାଣି ନ ଥିବ ଯେ ସେଠାରେ ଏତେ ବଡ଼ ଗଛ ସବୁ ଥିଲା ବୋଲି ଭାବି ମଧ୍ୟ ପାରିବ ନାହିଁ ।

ମତେ କିନ୍ତୁ ସେ ଘର ଟାକୁ ଦେଖି ତାର ବୃକ୍ଷ ବିହୀନ ରୂପ ଟା ଜମାରୁ ଭଲ ଲାଗୁ ନ ଥାଏ । ମୁଁ ଘରୁ ବାହାରି ମିଶ୍ରବାବୁଙ୍କ ଘର ପାଖକୁ ଗଲି, ସେଠାରେ ତାଙ୍କର ପୁରୁଣା କଣ୍ଟ୍ରାକ୍ଟର ମେଘନାଦକୁ ଦେଖିଲି, ଯାହାକୁ ମୁଁ ମଧ୍ୟ ଆଗରୁ ଚିହ୍ନି ଥିଲି । ମୁଁ ତାକୁ ଡାକି ପଚାରିଲି "ଆରେ ଏତେ ବଡ଼ ଦୁଇଟା ଗଛକୁ କାହିଁକି କାଟି ପକାଇଲ ?" ସେ କହିଲା ଗଛ କାଟିବାକୁ ମୁଁ କିଏ ? ମତେ ଘର ମାଲିକ ଯାହା କହିଲେ ମୁଁ ତାଙ୍କର କଥାକୁ କେବଳ ପାଳନ କରିଛି । ପ୍ରକୃତରେ ମୁଁ ମଧ୍ୟ ଗଛ କାଟିବା ସପକ୍ଷରେ ନୁହେଁ । ମୁଁ ପଚାରିଲି ମିଶ୍ରବାବୁ ଦୀର୍ଘ ୧୨-୧୩ ବର୍ଷ ଧରି ରହିଲେଣି ଘର ତିଆରି କରି, ନିଜେ ତ ଆମ୍ବ ଗଛଟାକୁ ଲଗାଇ ଥିଲେ ଆଉ କାଟିଲେ କାହିଁକି ? ମେଘନାଦ କହିଲା ଘରଟା ଆଉ କ'ଣ ତାଙ୍କର ହୋଇ ଅଛି ? ମୁଁ ଟିକିଏ ଚମକିଲା ପରି ପଚାରିଲି ତାଙ୍କର ନୁହେଁ ତ ଆଉ କାହାର ? ମେଘନାଦ କହିଲା ସଚି ମିଶ୍ର ତ ଘରଟାକୁ ଦୁଇ ବର୍ଷ ହେଲା ବିକି ସାରିଲେଣି, ଏବେ ତ ଏ ଘର ୱନର ହେଉଛନ୍ତି ପ୍ରଧାନ ବାବୁ ସେ ଏ ଘର ଟାକୁ ଦୁଇ ବର୍ଷ ହେଲା ମିଶ୍ର ବାବୁଙ୍କ ଠାରୁ ଏକ କୋଟି କୋଡିଏ ଲକ୍ଷରେ କିଣି ନେଲେଣି । ମୁଁ ପଚାରିଲି ମିଶ୍ର ବାବୁ ତ ଅଛନ୍ତି ଏବେବି । ମେଘନାଦ କହିଲା ସେ ଏବେ ଏ ଘରେ ଭଡାରେ ରହୁଛନ୍ତି । ତା ଠାରୁ ଏତେ ସବୁ କଥା ଶୁଣିବା ପରେ ମୋ ମନଟା ଆହୁରି ଖରାପ ହୋଇ ଗଲା । ମୁଁ ଘରକୁ ଆସି ଗୀତାଙ୍କୁ ଏ କଥା କହିବା ପରେ ସେ ମଧ୍ୟ ହାଉଳି ଖାଇଲା ଭଳି ହୋଇ ଗଲେ, କାରଣ ଏତେ କଷ୍ଟରେ ଘର ତିଆରି କରି ତାକୁ ପୁଣି ଏ ବୁଢା ବୟସରେ ବିକ୍ରି କରି ଦେବା କଥା ଆମ ଚିନ୍ତାର ବାହାରେ ।

ମୁଁ ୧୧ ବର୍ଷ ପଛକୁ ଚାଲି ଗଲି ଆଉ ଭାବିବାକୁ ଆରମ୍ଭ କଲି ଯେ ମୁଁ କେବେ ପ୍ରଥମେ ସଚି ମିଶ୍ରଙ୍କୁ ଜାଣିଥିଲି । ମୁଁ ୨୦୦୭ ରେ ସବୁ ଜିନିଷପତ୍ର ଧରି ବେଲପାହାଡ଼ରୁ ଆସି ମୋର ଭୁବନେଶ୍ୱର ଶୈଳଶ୍ରୀବିହାର ଘରକୁ ମାର୍ଚ୍ଚ ୧୦ ତାରିଖରେ ପହଂଚି ଥିଲି । ମୁଁ ମୋର ତଳ ଘରଟାରେ ରହିଲି ଆଉ ମୋ ଉପର ଘର ଗୁଡାକ ର କାମ ଚାଲୁଥାଏ । ମତେ ମୋ କଣ୍ଟ୍ରାକ୍ଟର ନିରଞ୍ଜନ ସାହୁ କହୁଥିଲା ସାର ଆପଣ ପାଖରେ କେଉଁଠି ଭଡାରେ ରହିଯାନ୍ତୁ ନ ହେଲେ ଏ ସିମେଣ୍ଟ ବାଲିରେ କଷ୍ଟ ପାଇବେ । ମୁଁ ତାକୁ କହିଲି ସାରା ଜୀବନ ଭଡା ଘରେ ରହି ନାହିଁ, ରିଟାୟାରମେଣ୍ଟ ପରେ ଆସି ନିଜ ଘରେ ରହିବି ବୋଲିତ ତୁମକୁ କହି ତଳ ଘରଟାକୁ ସମ୍ପୂର୍ଣ୍ଣ ନୂଆ କରି କଲି; ତେଣୁ ଆମେ ଏଇଠି ରହିବୁ ଆଉ ଘର କାମ ମଧ୍ୟ ଚାଲିବ । ଯାହାବି ଅସୁବିଧା ହେବ ଆମେ ଚଳାଇ ନେବୁ । ଠିକ ସେତିକି ବେଳକୁ ସଚି ମିଶ୍ରଙ୍କର ଘରକାମ ଚାଲୁଥାଏ ଆଉ ପ୍ରାୟ ସାରି ଆସୁଥଏ । ମୁଁ ତାଙ୍କ ସହିତ ଚିହ୍ନ । ପରିଚୟ କଲି । ତାଙ୍କ ଠାରୁ ଜାଣିବାକୁ ପାଇଲି ଯେ ତାଙ୍କ ଘରର ଡ୍ରଇଂ ଏବଂ ତଳ ଘରଟାକୁ ନିରଞ୍ଜନ ସାହୁ ହିଁ କରିଛି ବୋଲି । କିନ୍ତୁ ତା ପରେ ସେ ନିରଞ୍ଜନ ର ସବୁ ପଇସା ତୁଟାଇ ଦେଇ ମେଘନାଦ କଣ୍ଟ୍ରାକ୍ଟରକୁ ରଖିଥିଲେ କାମ କରିବା ପାଇଁ । ମୁଁ କାରଣ ପଚାରିବାରୁ କହିଲେ ନିରଞ୍ଜନ ର ରେଟ ଅଧିକ ହେଲା । ତେବେ ସେ ଯାହା ହେଉ ମୋର ସଚି ମିଶ୍ରଙ୍କ ସହିତ ବନ୍ଧୁତା ହେଲା ପରେ ଆମେ ଅନେକ ଥର ମର୍ନିଙ୍ଗ ୱ।କ ରେ ମଧ୍ୟ ଯାଇଛୁ । ତାଙ୍କର ପୁଅ ଦୁଇଜଣ ସେତେବେଳେ ହାଇ ସ୍କୁଲରେ ପଢୁଥିଲେ । ସେ ମୋ ପରିଚୟ ପାଇଲା ପରେ ମୋ ଠାରୁ ପିଲାମାନଙ୍କ ସମ୍ବନ୍ଧରେ ମଧ୍ୟ ପରାମର୍ଶ କରୁଥିଲେ, କଣ ପଢ଼ିଲେ ଭଲ ହେବ ଇତ୍ୟାଦି । ସେ ତାଙ୍କର ଗୃହ ପ୍ରତିଷ୍ଠା କରିଥିଲେ ୨୦୦୭ ରେ ରଥ ଯାତ୍ରା ଦିନ । ଆମେ ମଧ୍ୟ ଯାଇଥିଲୁ ନିମନ୍ତ୍ରିତ ହୋଇ । ତିନି ମହଲ।ର ଘରଟା ବହୁତ ଭଲ ଡିଜାଇନ ରେ କର। ହୋଇଥିଲା ।

ମୋର ସେତେବେଳେ ନିଜ ଘର କାମ ଜୋର ସୋରରେ ଚାଲି ଥିବାରୁ ମୁଁ ଆଉ କାହାରି ଖୋଜ ଖବର ରଖୁ ନ ଥିଲି କି ରଖିବାକୁ ମୋର ସମୟ ମଧ୍ୟ ନ ଥିଲା । ତେବେ ଲୋକ ମାନଙ୍କର ଯିବା ଆସିବା ଲାଗି ରହି ଥାଏ, ସେମାନେ ଆସନ୍ତି ବିଭିନ୍ନ କଥା ଗପନ୍ତି ଆଉ ଚାଲି ଯାନ୍ତି । ସେହି ପରି ଲୋକ ମାନଙ୍କ ମଧ୍ୟରେ ମୟୂରୀ ମିଶ୍ର ଅନ୍ୟତମ । ତାଙ୍କର ତ ଘରେ କିଛି କାମ ଦାମ ନ ଥାଏ, କାହିଁ କେତେ ଦିନରୁ ରିଟାୟାର କରି ଆସି ଏଠାରେ ରହିଛନ୍ତି । ସେ ଉପରେ ପଡି ସମସ୍ତଂକ ଖବର ରଖନ୍ତି ଆଉ ସମସ୍ତଙ୍କୁ ସମସ୍ତଙ୍କ ବିଷୟରେ କୁହନ୍ତି । ସେ ଜଣେ ଏ ଘର ମାଉସୀ ଆଉ ସେ ଘର ପିୟୁସି ପ୍ରକୃତିର ଲୋକ । ସେମିତି ଲୋକ ମାନେ ସବୁଠାରେ ଥାନ୍ତି । ମୁଁ ଯଥା ସଂଭଵ ସେପରି ଲୋକ ମାନଙ୍କ ଠାରୁ ଦୂରରେ ରହିବାକୁ ଚେଷ୍ଟା କରେ କିନ୍ତୁ ସବୁବେଳେ କଣ ଆଉ କାହାରିକୁ ଦୁରେଇ ଦେଇ ହେବ ? ଦିନେ ଶ୍ରୀମତୀ ମୟୂରୀ ମିଶ୍ର ଆସି ଗପିବାକୁ ଆରମ୍ଭ କଲେ ଆଉ କହୁ କହୁ କହିଲେ, ଜାଣିଛନ୍ତି ନ। ମିଶ୍ରବାବୁ ସେ ସଚି ମିଶ୍ରଙ୍କର ଆଉ ଚାକିରୀ ନାହିଁ ତାଙ୍କୁ ସସ୍ପେଣ୍ଡ କରି ବସାଇ ଦିଅ।ଯାଇଛି । ମୁଁ କହିଲି ମୁଁ କେମିତି ଜାଣିବି କାହା କଥା ? ମୋତେ ତ ମୋ କାମରୁ ଫୁରସତ ନାହିଁ । ତେବେ ପଚାରିଲି କଣ ହେଲା ଯେ ସସ୍ପେଣ୍ଡ ହୋଇଗଲେ ? ସେ ତ କହିବା ପାଇଁ ଟକ ଟକ ହେଉଥିଲେ, ସଂଗେ ସଂଗେ କହିଲେ ସେ ଆଗ ଆପଣଙ୍କ ଘର ପଛପଟେ ଭଡାରେ ରହୁଥିଲେ ଆଉ କୌଣସି ଏକ ବ୍ୟାଙ୍କରେ କାମ କରୁଥିଲେ ଏଇ ଯେଉଁ ସାମ୍ନା ଘରକୁ ଦେଖୁଛନ୍ତି ସେ ଏହାକୁ ଲୋନ କରି କିଣି ଥିଲେ ୧୪ ଲକ୍ଷ ଟଙ୍କାରେ ଆଉ ଏହାକୁ ତିନି ମହଲା କରିବା ପାଇଁ ଜାଲିଆତି କରି ଆଉ ଏକ ଲୋନ ଆଣିଥିଲେ ଏମିତି କରି ଦୁଇ ଦୁଇଟା ଲୋନ ଆଣିବା କଥା ଧରାପଡିବ। ପରେ ତାଙ୍କୁ ଚାକିରିରୁ ସସ୍ପେଣ୍ଡ ହେବାକୁ ପଡିଲା । ମୟୂରୀ ମିଶ୍ର ଏତିକି କହି ଦେଲା ପରେ ତାଙ୍କ ପେଟର କଥା ହାଲୁକା ହୋଇଗଲା ଆଉ ସେ ଚାଲିଗଲେ । ସେ ଗଲା ପରେ ମୁଁ ମନେ ମନେ ଭାବୁଥିଲି ଘରଟାକୁ ତ ଲୋନରେ କିଣିଥିଲେ ସେହି ଘର ଟାକୁ ଟିକିଏ ବାଗେଇ ରହି ଯାଇଥାନ୍ତେ ଆଉ ଗୋଟେ ଲୋନ ଆଣି ତିନି ମହଲା କରିବାର କି ଦରକାର ଥିଲା ? ଏହାକୁ କୁହନ୍ତି ଲୋଭ । ଆରେ ଆଗପଛ ବିଚାର କରି ସିନା କାମ କରିବା କଥା ? ଏବେ ସାରା ଜୀବନ ପଡିଛି । ଦୁଇଟା ପୁଅ ଅଛନ୍ତି, ତାଙ୍କୁ ପଢ଼ି ଲେଖାଇ ମଣିଷ କରିବାକୁ ହେବ; ତାପରେ ପୁଣି ଏବେ ଦୈନିକ ଖର୍ଚ୍ଚ କରି ଘର ଚଳାଇବାକୁ ହେବ ଇତ୍ୟାଦି । ମୁଁ ପରେ ତାଙ୍କ କଥାକୁ ଆଉ ଭାବିନାହିଁ । କିନ୍ତୁ ତା ପର ଠାରୁ ମୁଁ ଆଉ କେବେବି ସଚି ମିଶ୍ରଙ୍କୁ ପାଖରେ ପାଏ ନାହିଁ । ନ। ସେ ମର୍ନିଙ୍ଗ ୱ।କ ରେ ଆଉ ନ। କୌଣସି ସ୍ଥାନରେ ମୋର ତାଙ୍କ ସହିତ ଭେଟ ହୁଏ ନାହିଁ । ଯଦିବା କେବେ ସାମ୍ନା ସାମନି ହୋଇ ଯାଉଥିଲେ କିଛି ନ କହି ନ ଜାଣିଲା ପରି ଚୁପ ରହି ଯାଉଥିଲେ । ମୁଁ ବି ତାଙ୍କର ଏ ପ୍ରକାର ର ଅସାମାନ୍ୟ ବ୍ୟବହାର ଦେଖି ନିଜ ତରଫରୁ ବି କିଛି ପଚାରୁ ନଥିଲି । ଧୀରେ ଧୀରେ ମୁଁ ତାଙ୍କ କଥା ପ୍ରାୟ ଭୁଲି ଯାଇଥିଲି ।

ଏଇ ଗଲା ଦୁଇବର୍ଷ ତଳେ ସେ ତାଙ୍କର ବଡ଼ ପୁଅର ବିଭାଘର କଲେ ଯେ, ସାଇ ପଡିଶା କାହାରିକୁ ମଧ୍ୟ ଡାକି ନଥିଲେ । ଘରଟି ତିଆରି ହେଲା ଦିନଠାରୁ ତ। ଉପରେ ଆଉ ପରସ୍ତେ ରଙ୍ଗ ମଧ୍ୟ କର। ଯାଇ ନଥାଏ ଯେ, ଦେଖିବାକୁ ଜମାରୁ ଭଲ ଲାଗୁ ନଥାଏ । ମୁଁ ଆଉ ମୋ ସ୍ତ୍ରୀ ବେଳେ ବେଳେ କଥା ହେଉ ଏ ସଚି ମିଶ୍ର ଘରଟାକୁ କଲେଣି ୮ ବର୍ଷ ହେଲାଣି ରଙ୍ଗ ଟିକେ ଦେଇ ନାହାନ୍ତି ଯେ ଭାରି ଖରାପ ଦେଖା ଯାଉଛି । ତେବେ ପୁଅ ବିଭା କଲା ବେଳକୁ ମଧ୍ୟ ଘରଟାରେ ରଙ୍ଗ ନ କରିବାଟା ମତେ କେମିତି କେମିତି ଲାଗିଥିଲା । ଆଉ ପୁଅ ବିଭାଘରେ ସାଇ ପଡିଶା କାହାରିକୁ ନିମନ୍ତ୍ରଣ ନ ଦେବ।ଟା ମଧ୍ୟ ମତେ ବହୁତ ଅସ୍ୱାଭାବିକ ମନେ ହୋଇଥିଲା ଏବଂ ମୁଁ ବୁଝି ପାରୁଥିଲି କେଉଁଠି କିଛି ଗଡ଼ବଡ଼ ନିଶ୍ଚୟ ରହିଛି । ଏ ସବୁର ଉତ୍ତର ମତେ ମେଘନାଦର କଥାରୁ ଜଣ। ପଡିଗଲା ଯେ, ସେ ଦୁଇ ବର୍ଷ ହେଲା ଘର ବିକ୍ରି କରି ଦେଇ ନିଜ ଘରେ ଭଡାରେ ଥିଲେ ବୋଲି । ହାୟ ରେ ଦୁର୍ଭାଗ୍ୟ ! ଲୋକ ସିନା ଘର କରନ୍ତି ବୁଢା ବୟସରେ ରେ ଟିକିଏ ଶାନ୍ତିରେ ରହିବେ ବୋଲି ଆଉ ଏଠି ତ ଓଲଟା କଥା ହୋଇଗଲା, ଜୱାନ ବୟସରେ ନିଜ ଘରେ ରହି ବୁଢା ବୟସରେ ରହିବେ ଭଡାରେ ଆଉ ସେ ପୁଣି ନିଜ ଘରେ ! ଏ ସବୁ କଥା ମୋ ଭାବନାର ଉର୍ଦ୍ଧରେ । ମୁଁ ମନେ ମନେ ଭାବୁଥିଲି ସଚି ବାବୁ କାହିଁକି ଏପରି କଲେ ? ସେ ତ ଗୋଟାଏ ଲୋନ ନେଇ ଘରଟାକୁ କିଣିଥିଲେ, ସେହି ଘରଟାରେ ତ ରହିଥାନ୍ତେ; ଏତେ ଫନ୍ଦି ଫିକର କରି ଆଉ ଗୋଟାଏ ଲୋନ ଯୋଗାଡ଼ କରି ଘରଟାକୁ ତିନି ମହଲା କରିବାର କି ଦରକାର ଥିଲା ? ଟିକିଏ ଭାବି ପାରିଲେନି ଲୋନ ନେଇ ତାକୁ ଶୁଝିବା କେତେ କଷ୍ଟକର ? ସେତ ସେହି ଘରଟାରେ ରହି ଯାଇଥାନ୍ତେ, ପରେ ଲୋନ ସୁଝି ସାରି ପିଲା ମାନଙ୍କୁ ମଣିଷ କରି ଘରଟାକୁ ବଢ଼ାଇ ଥାନ୍ତେ । ତେବେ ସମସ୍ତଙ୍କର ଭାବନା କଣ ସମାନ ନ। ଆମେ ଭାବିଲା ମତେ କେହି ତାଙ୍କ କାମ କରୁଛନ୍ତି । ଏ ସବୁ କଥାରେ ମୁଣ୍ଡ ଖେଳାଇବାର କୌଣସି ଅଧିକାର ଆମର ନାହିଁ । ଯେହେତୁ ସମ୍ପୂର୍ଣ୍ଣ କଥାଟା ମତେ ଭଲଲାଗିଲା ନାହିଁ ବୋଲି ଏତେ କଥା ଭାବି ଦେଲି । ଯିଏ ଯାହା କର୍ମ କରିବ ସେ ତା ଫଳ ପାଇବ ଭାବି ମୁଁ କଥାଟାକୁ ସମାପ୍ତ କରିବାକୁ ଚାହୁଁଥିଲି ।

କିନ୍ତୁ କଥାଟା ସରି ନ ଥିଲା । ସେଥିରେ ଆଉ ଟିକିଏ ବାକି ଥିଲା । କିଛିଦିନ ପରେ ଦେଖିଲି ସଚି ବାବୁ ତାଙ୍କ ଘର ଛାଡି ସାଇଡ଼ ରେ ଥିବା ରୋହୀ ବାବୁଙ୍କ ବସ।ରେ ତଳ ଘରେ ଆସି ଭଡାରେ ରହିଲେ । ମୁଁ ଜାଣିଲି ଏଥିପାଇଁ ଯେ, ଯେଉଁ ଚାକରାଣୀ ତାଙ୍କ ଘରେ କାମ କରୁଛି ସେ ମୋ ଘରେ କାମ କରେ ବୋଲି । ଚାକରାଣୀ ଆସି କହିଲା ସେମାନେ ଆସି ରୋହୀ ବାବୁଙ୍କ ତଳେ ଭଡାରେ ରହିଲେଣି । ତାଙ୍କରତ ଗୁଡ଼ାଏ ଜିନିଷ । ଏ ତଳ ଘରଟାରେ ଅଣ୍ଟୁ ନାହିଁ ତେଣୁ ଅନେକ ଜିନିଷ ଯେପରି ଖଟ ଆଉ ଫ୍ୟାନ ହେରିକା ତାକୁ ଦେଇ ଦେଲେ ବୋଲି । ତାର ଦୁଇଦିନ ପରେ ମୁଁ ଉପରୁ ଥାଇ ଦେଖିଲି ସଚି ବାବୁ ରୋହୀ ବାବୁଙ୍କର ତଳ ଘରୁ ନିଜ ବର୍ଷକର ନାତିକୁ ଧରି ବାହାରୁଛନ୍ତି । ମୋ ମନଟା କେମିତି ହୋଇଗଲା । ମୁଁ ଭାବିଲି ଆଗରୁ ଯଦି ଟିକିଏ ଭାବି ବୁଝି ବିଚାରି କାମ କରିଥାନ୍ତେ, ତେବେ ଆଜି ଏ ଦୁର୍ଦ୍ଦିନ ଭୋଗୀ ନଥାନ୍ତେ । ସେଥିପାଇଁ ଭାଗବତରେ କୁହାଯାଇଛି "ଆପଣ କଲା କର୍ମ ମ।ନ, ବେଳୁଁ ହୋଇବ ସାବଧାନ" .

Post a Comment

0 Comments