ଆହେ ଇଚ୍ଛାମୟ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଆହେ ଇଚ୍ଛାମୟ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନୀଳ ଗିରି ଦରି ବିହାରୀ ମୁରାରୀ
ଗୁହାରି ମୋ ଶୁଣ ହରି
ଡାକି ଡାକି ମୋର ତୋଟି ଶୁଖିଯାଏ
ନଶୁଣ ଦୁଃଖ ମୋହରି
ଶୁଣିଛି ଆରତୀ ଜନଙ୍କ ଆରତ
ଶୁଣିଅଛ କର୍ଣ୍ଣ ଡେରି
ହେ ଦେବାଧିରାଜ ତାରିଥିଲ ଗଜ
ଆଜି ବଧିର କିପରି
ନଶୁଣ ମୋର ଗୁହାରି ।।

ଅନନ୍ତ ଅଙ୍କ ବିଳାସି ବ୍ରହ୍ମରାଶି
କାନ୍ତି କଳା ଜଳଧର
କଟି ତଟେ ପୀତାମ୍ବରି ଶୋଭା ଦିଶେ
ଗଳେ ସୋହ ବନ ମାଳ
ରୂପକୁ ନିନ୍ଦଇ କୋଟିଏ ମଦନ
କର୍ଣ୍ଣେ ମକର କୁଣ୍ଡଳ
ଏମନ୍ତ ସାମନ୍ତ ଅରୂପ ଅନନ୍ତ
ଭଜୁଛି ହେ ନିରନ୍ତର
ନଶୁଣ ମୋର ଗୁହାରି ।।

ଆହେ ଇଛାମୟ ପତିତପାବନ
ଅସୀମ ତବ ମହିମା
ଆହେ କଳା କାର ହଟିଆ ଠାକୁର
ବିପଦକୁ ବଜ୍ରସେହ୍ନା
ଆତୁରେ ପ୍ରଫୁଲ୍ଲ ହୋଇ ଯେ ବିକଳ
ଡାକେ ଗୁହାରି ଶୁଣିମା
ନହେଲେ ଜୀବନ ହେବ ଅକାରଣ
ଆୟୁଷ ଯାଉଛି ସରି
ନଶୁଣ ମୋର ଗୁହାରି ।।


ମଙ୍ଗଳାଯୋଡି, ଖୋରଧା

0 Comments