Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମାଟି - କବିତା ପଟ୍ଟନାୟକ

ମହୁ ଜଡିତ ସବୁ ସକାଳ
ଲୁହର କାକର ଟୋପା ହୋଇ
ଯେତେବେଳେ ଲଟକି ରହନ୍ତି
ଘାସଉପରେ ମୋ କବିତା କୁ
ମିଳେ ଭାଷା ମୋ ଚେତନା କୁ ଚିତ୍ର
ମୋ ଛାତିର ଝରକାରେ ଝାଙ୍କି
ମାରେ ଜହ୍ନ ର ଜାହ୍ନବୀ
ମଟାଳର ବାସ୍ନା ,
ମାଟିବାସର କୁହୁକ କୁହୁଡି
ହୋଇ ଘେରିଥାଏମୋତେ
ଆଙ୍ଗୁଳି ଆଉଆକାଶ
ଛାତି ଆଉ ଛାର ଅନ୍ଧାର
ରୂପାନ୍ତର ହୁଏ
ଫୁଟୁଥାଏଫୁଲ ଆଉ ବୋମା
ଝରିପଡେ ରକ୍ତ
ଭିଜୁଥାଏ ମାଟି
ଏ ମାଟି ତ ପୁରୀ ଦାଣ୍ଡ
ଆନନ୍ଦ ବଜାର
ନାହିଁ ଜାତି ନାହିଁ ପତି
ମା'ଟି ଚିରକାଳ ମିତ୍ର
ମଣିଷର, ଏ ମାଟି ଖଣ୍ଡେ
ଅଛି ବୋଲି , ଏ ମଣିଷ ଜିଉଁଛି ମରୁଛି
ଆଉ ହସ କାନ୍ଦ ଜୀବନକୁ ଆଦରି ନେଇଛି
ବୈକୁଣ୍ଠ ତ କଳ୍ପନାର କଳ୍ପଲୋକ
ମାଟିମୋର ବିକଳ୍ପ ବୈକୁଣ୍ଠ
ଟିପେଲୁହ ମହରଗ ପରା
ଲୋଡାନାହିଁ ଜୀବନର ମୋକ୍ଷ
ଲୋଡାନାହିଁ ଦେବତ୍ୱ ଶିରିପା
ବରଂ ଭଲଧୂଳି ହୋଇ ମାଟିରେ
ମିଶିବା ,ଠେଲିଦେଇ ପାଦରେ
ନିର୍ବାଣ, ହସିହସି ମଣିଷ
ଜନ୍ମ କୁ ଲକ୍ଷେବାର କାମନା କରିବା !!!!

Post a Comment

0 Comments