Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ବିଚଳିତ ମନ ମୋର କୂଳଥଳ ଛାଡ଼ି ,
ଛିଣ୍ଡାଇ ଫୋପାଡ଼ି ଦେବାକୁ
ସମସ୍ତ ଶୃଙ୍ଖଳ ଓ ପରିଧି ,
ଘନଘନ ସ୍ପନ୍ଦନ ,
ଅସହାୟ ଅଷ୍ଟାଙ୍ଗ ଶରୀର
ଓ ରୂଦ୍ଧ ପ୍ରାଣବାୟୁ ,
ବିସ୍ମିତ, ଭିନ୍ନ ଏ ଅନୁଭୂତି I

ଶୂନ୍ୟର ମହାଶୂନ୍ୟତା ,
ମହାସମୁଦ୍ରର ମହା ଗଭୀରତା,
ଓ ଅମା ଅନ୍ଧକାରର ଗାଢ଼ ନିବିଡ଼ତା,
ସବୁକିଛି ଭେଦି ଯିବାପାଇଁ ଚଞ୍ଚଳ ମନ ଆଜି ,
ଆଉ କହିବା ପାଇଁ ,
ଦିବସର ସୂର୍ଯ୍ୟ , ଚନ୍ଦ୍ରମାର ଜ୍ୟୋଛନା ପ୍ରାୟ ସତ
ମୋ ଭଲପାଇବା II

Post a Comment

0 Comments