ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବର୍ଷା... ତୁମ ବିରହରେ - ସିପ୍ରା ନାମତା (ନମ୍ରତା)

ବର୍ଷା... ତୁମ ବିରହରେ - ସିପ୍ରା ନାମତା (ନମ୍ରତା)

ବର୍ଷା ତୁମ ବିରହ ରେ ନିଦାଘେ ତାପିତ
ଯେବେ ଢାଙ୍କିଦେଲ ତୁମେ ମେଘ ଓଢଣୀ ରେ
ସ୍ନିଗ୍ଧ ଶୀତଳତା ଭରା କାଉଁରୀ ପରଶେ
ସିକ୍ତ ହୁଏ ତନୁ ସିନା ଲିଭେନା ଜ୍ବଳନ ।।

ବିଜୁଳୀ ଚମକ ରଥେ ମେଘକନ୍ୟା ବସି
ଅମ୍ବର ରୁ ଜଳ ଧାର ଅଗଣାରେ ବର୍ଷି
ଥରଥର ପାଦେ ଯେବେ ସାନ୍ନିଧ୍ୟ ଆଶା ରେ
କରିବାକୁ ଅନ୍ତଃସତ୍ତ୍ଵା ଧରା ,ତୁମ ଧାରେ ।।

ପୁଲକିତ ମହୀ ତୁମ ପ୍ରେମ ଆଲିଙ୍ଗନେ
ମେଘମେଦୁର, ମାଟି ର ଏ ମହାମିଳନେ
କରିବାକୁ ଅଂକୁରଣ କେଦାରେ କେଦାରେ
ଶାଖା, ଦୁର୍ବା ,ଶ୍ୟାମ କୁଞ୍ଜ ଲତାରେ ଲତାରେ ।।

ଫଳ ପୁଷ୍ପ ସମ୍ଭାର ର ଅଦମ୍ୟ ଲାଳସା
ବାଂଛିତ ମିଳନ ପାଇଁ ଗୁପ୍ତ ଅଭିଳାଷା
ତଥାପି ନିଷ୍ଠୁର ତୁମେ ବୁଝି କି ପାରନା
ଅଭିମାନେ ଫେରିଯାଅ ଏଡାଇ ଯାଚନା ।।

ଉତ୍ତାଳ ତରଙ୍ଗ ପୁଣି କେବେ ସୃଷ୍ଟିକର
ଚତୁର୍ଦ୍ଦିଗେ ମଚିଯାଏ ଶୋକ ହା ହା କାର
ଶ୍ୟାମଳିମା ବୁକୁଚିରି ଉଦଭ୍ରାନ୍ତେ ଧାବିତ
ପୁରପଲ୍ଲୀ, ନଗର ,ଗ୍ରାମ ରେ ପ୍ରବାହିତ ।।

ଧରାବୁକେ ଦୁଃଖ ଦିଏ ଘନ ଘୋର ବର୍ଷା
ଭସାଇନିଅ ଯେ କେତେ ଅସୁମାରୀ ଆଶା
ଦିଗନ୍ତ ର ଶେଷ ସୀମା ଖୋଲେ ଯେବେ ଦ୍ୱାର
କାକ କୃଷ୍ଣ ଚାଦର ର ଚିପୁଡା ପ୍ଲାବନ ।।

ଟପ ଟପ ଜଳ ବିନ୍ଦୁ ଅବୋରାହଣ କୁ
ସହ୍ୟ କରେ ମେଦିନୀ ତୁମ ଉଦ୍ଦଣ୍ଡତାକୁ
ଲୁଚକାଳି ଖେଳ ତୁମେ ରବି ଶଶୀ ସାଥେ
ଗଗନ ରେ ଭସା ଭସା ବଉଦ ର ପଥେ ।।

ଅଙ୍ଗେ ଅଙ୍ଗେ ଶତଦଳ କଦମ୍ବ ରୋମାଞ୍ଚ
ଠାଏ ଠାଏ ତନୁସିକ୍ତ କରି ପୁଲକିତ
ଦେଇଥରେ ପ୍ରିତୀ ବାରି ଶୋଷିନିଅ ତୃଷା
ସ୍ନାୟୁ କୋଷେ ସଂଚରୁ ଗୋ ଜୀବନର ଆଶା ।।

ମେଘ ମଲହାର ତୋଳି ରିମଝିମ ସୁରେ
ପ୍ରେମର ଝଙ୍କାର ଆଦ୍ୟ ବର୍ଷା ତାଳେ ତାଳେ
ବନଭୂମି ନାଚିଉଠେ ଶିଖୀ ସ୍ଵନ ଛନ୍ଦେ
ମେଘ ସାଥେ ହସି ଉଠେ ଧରା ନାନା ରଙ୍ଗେ ।।

ହୃଦୟ ତନ୍ତ୍ରୀ ରେ ଶୁଭେ ପ୍ରେମ ଗୁଞ୍ଜରଣ
ବର୍ଷା ଛୁଆଁ ଆଣିଦିଏ ବେପଥୁ କମ୍ପନ୍ନ
ଧରଣୀ ର ତରୁ ଦ୍ରୁମ ଯେତେକ ସନ୍ତାନ
ସେସବୁ ତୁମ ସନ୍ତକ ,ତୁମ ଅର୍ଘ୍ୟ ଦାନ ।।

ହଳ ଲଙ୍ଗଳ ର ମାଧ୍ୟାକର୍ଷଣ ରେ ଭୂମି
ଉର୍ଦ୍ଧ୍ବ ମୁଖେ ନିପତିତ ବାରି ଯାଏ ଚୁମି
ମେଘ ମାଟି ପ୍ରଣୟ ର ମଧୁର ଚୁମ୍ବନ
ବର୍ଷା ର ବିରହେ ସ୍ମୃତି କରେ ଉଚ୍ଚାଟନ ।।


ସିପ୍ରା ନାମତା
8249850168