କ୍ଷୁଦ୍ରଗଳ୍ପ - ବାଜେ ଝିଅ - ସମୀର କୁମାର ବେଉରା

କ୍ଷୁଦ୍ରଗଳ୍ପ - ବାଜେ ଝିଅ - ସମୀର କୁମାର ବେଉରା

ଦୀପ୍ତି ଦାସ ଚକିତ ହୋଇଗଲା, ମୁ ବି ଚମକି ପଡିଲି ତାକୁ ଦେଖି | ଦୀର୍ଘ କୋଡିଏ ବର୍ଷ ପରେ ତା ସହ ମୋର ଦେଖା | ପତ୍ନୀଙ୍କୁ ନେଇ ମୁଁ ଯାଇଥିଲି କଟକର ଗୋଟେ ବେସରକାରୀ ଡାକ୍ତରଖାନାକୁ | ଦୀପ୍ତି ଦାସ ସେଠି ରିସେପସ୍ନିଷ୍ଟ | ତେଜୋଦୀପ୍ତ ଶିଖା ପରି ଯୌବନର ଶେଷ ଛିଟା ତା ଦେହରେ | ମୁଁ ଚୁପ ରହିଲି, ସେ ବି ଚୁପ | ମୋ ପତ୍ନୀ ତା ସହ କଥାହେଲେ ଡାକ୍ତରଙ୍କ ସହ ଦେଖା କରିବା ବିଷୟରେ, ମୁଁ ଟିକେ ଦୂରରେ ଠିଆ ହେଲି | ତଥାପି ତା କଣ୍ଠସ୍ୱର ଶୁଭୁଥିଲା, ସେଇ ବୀଣା ଝିଣା ପୁରବୀ ରାଗିଣୀ | ଡାକ୍ତରଙ୍କୁ ଦେଖାକରି ଆସୁ ଆସୁ ମୋ ପତ୍ନୀ ପଚାରିଲେ ସେ ଦୀପ୍ତି ନାଁ, ମୁଁ କହିଲି ବୋଧହୁଏ | ପତ୍ନୀ ପୁଣି ଚିଡ଼େଇବା ଢଙ୍ଗରେ ପଚାରିଲେ ସତେ ଅପା ଜାଣିପାରୁନା ନିଜ ପ୍ରେମିକାକୁ ???? ମୁ ନିରବ ରହିଲି | ମୋ ପତ୍ନୀ କିନ୍ତୁ ଦୁଃସାହସ କରି ତାକୁ ପଚାରିଲେ କେମିତି ଅଛ ଲକି | ଚମକି ପଡିଲା ଦୀପ୍ତି ଦାସ | କାରଣ ତାକୁ ଲକି ବୋଲି କେବଳ ମୁ ଡାକୁଥିଲି, ତାର ସେ ନାଁ ଆଉ କେହି ଜାଣିନଥିଲେ | ମୋ ପତ୍ନୀ ମୋଠୁ ଏ କଥା ଜାଣିଥିଲେ |ସେ ଉତ୍ତର ଦେଲା ଭଲ ଅଛି ବୋଲି | ମତେ ପଚାରିଲା ମୁ କେମିତି ଅଛି ବୋଲି | କଣ ଉତ୍ତର ଦେଇଥାନ୍ତି | ଏପଟେ ପ୍ରେମିକାର ଧୋକା ସେପଟେ ପତ୍ନୀଙ୍କ ପ୍ରେମ | ମଝିରେ ମୁ କେବଳ ନିରବ ରହିଲି | କାରଣ ମୋତେ ପ୍ରେମ କରି ମୋ ସହ ୨ ବର୍ଷ ଏକାଠି ରହି ମୋତେ ଅଲଗା କରି ଠକି ଚାଲିଯାଇଥିବା ସେ ବାଜେ ଝିଅଟା ସହ ମୁଁ କଥା ହେବାକୁ ଚାଁହୁ ନଥିଲି | ମୁ ଅନ୍ୟମନସ୍କ ହେବାର ଅଭିନୟ କଲି | ମୋ ପତ୍ନୀ ତା ସହ କେଇପଦ କଥା ହେଲେ ଏବଂ ଶେଷରେ ତା ସହ ହାତ ମିଳାଇ ବିଦାୟ ନେଲେ |

ଫେରିବା ବାଟରେ ମୁଁ ମୋ ପତ୍ନୀଙ୍କୁ ପଚାରିଲି ଯେ ସେମାନେ କଣ କଥା ହେଉଥିଲେ ବୋଲି | ସେ କହିଲେ ଯଦି ମନରେ ତା ପାଇଁ ଏତେ ଭଲପାଇବା ଥିଲା ତେବେ କଥା ଦି ପଦ ହେଲନି | ମୁଁ ଚୁପ ରହିଲି କିଛି ଉତ୍ତର ନଦେଇ | ମନେ ମନେ ଭାବୁଥିଲି ସତରେ କଣ ଜୀବନର ସାୟାହ୍ନରେ ମୋର ଏକ ସୁଖୀ ସଂସାର ଥାଉ ଥାଉ ମୁଁ ସେ ବାଜେ ଝିଅଟାକୁ ଭଲପାଉଛି ? ବିଭୁତି ସାରଙ୍କ ପ୍ରେମିକା ଉପନ୍ୟାସର ପ୍ରତିଟି ଧାଡି ମନେ ପଡୁଥିଲା ମୋର | ମୁଁ ନିରବରେ ବାଇକ ଚଳାଉଥିଲି | ପଛରେ ବସିଥିବା ମୋ ପତ୍ନୀ କଣ ସବୁ କହୁଥିଲେ ମୋତେ କିଛି ଶୁଭୁନଥିଲା |


କୁସୁପଙ୍ଗି, ବାଙ୍କୀ, କଟକ
ମୋବାଇଲ: ୯୪୪୪୭୯୭୪୨୭

0 Comments