Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଣୁଗଳ୍ପ - ଭାଗ୍ୟ ର ବିଡମ୍ବନା - ସନ୍ତୋଷ କୁମାର ମହାନ୍ତି

ଘୁଞ୍ଚି ଯାଉଥିବା ସେ ବିଲ, ତାଳବନ ଆଉ ସେ ଲମ୍ବା ପଡିଥିବା ସୁନ୍ଦରୀ ରାସ୍ତା । ଏ ସବୁ ର ମଜା ଯେ ବସ ରେ ଗଲା ବେ ବହୁତ ନିଜର ଲାଗେ । ଆଉ ଲାଗେ ଯେମିତି କହୁଛନ୍ତି ରହି ଯାଅ ଆମ ପାଖରେ । କିଛି କଥା ହେବା, ତମେ କବିତା ଶୁଣେଇବ ଆଉ ମୁଁ ଶୁଣିବି । ସେଦିନ ବି ଠିକ ଏମିତି ଭାବନା ରାଜ୍ୟ ରେ ଯାତ୍ରା କରୁଥାଏ ବସ ରେ ଗନ୍ତବ୍ୟ ସ୍ଥାନ କୁ ।

ବସ ଭିଡ ଭିତରେ ଶୁଭିଲା ଗୋଟେ ମଧୁର ସ୍ୱର ।
"ଟିକେ ସାଇଡ ଦେବେ" !
ଟିକେ ସଜାଡି ହେଇ ଦେଖିଲା ବେଳେ
ଏକ ସୁନ୍ଦର ତରୁଣୀ , ଗୋଲାପୀ ରଙ୍ଗ ର ଡ୍ରେସ ଆଉ ପାଖରେ ଏକ ବେଗ୍ । ବୋଧ ହୁଏ ଗାଁ କୁ ଯାଉଥିଲେ।

ମାନବିକତା କୁ ଆଖିରେ ରଖି ସାଇଡ ଦେବାକୁ ଯାଇ ଉଠିଲି । ତରୁଣୀ ଜଣଙ୍କ ବସିଲେ ସିଟ ରେ।
ବସ ଟି ଗଡି ଚାଲିଥାଏ ତାର ଗତିରେ । ମୁଁ ଭାବନା ରାଇଜରୁ ବାସ୍ତବତା କୁ ଫେରି ଆସି ଦେଖିକି ତରୁଣୀ ଜଣଙ୍କ କାନ୍ଦୁଥାନ୍ତି । ପଚାରିବାକୁ ସାହସ କରି ପଚାରିଲି ।

ଉତ୍ତର ତ ମିଳିଲାନି କିନ୍ତୁ ଏକ ଆବେଗ ଭରା ନୟନ ର ଆଭାସ ପାଇଗଲି । ଭାବିଲି ଘର ଠୁ ଦୂର କୁ ଯାଉଥିବାରୁ ଏହି ଭାବନା ର ଅଶ୍ରୁ ବୋଧହୁଏ ।

ହଟାତ ଫୋନ ର ଆବାଜ !
Helllo !
କିଛି ସମୟ ର ନୀରବତା ପରେ
ଅଶ୍ରୁ ଏକ ଧାରା ଶ୍ରାବଣ ବୋହି ଆସିଲା ।

ଚଞ୍ଚଳ ମନ ମୋର ପୁଣି ବାଧ୍ୟ ହେଲେ ପଚାରିବାକୁ ।
ଉତ୍ତରରେ ଏତିକି ପାଇଲି ଆଜି ସେ ଜୀବନରେ ସବୁଠୁ ବଡ଼ ଧୋକା ପାଇଛି ।
ଆଉ ଜାଣିଲି ସେ ତରୁଣୀଟି ନିଜ ପ୍ରେମ ପାଇଁ ଘର ଛାଡ଼ି ଆସିଛି କିନ୍ତୁ ଭାଗ୍ୟ ର ବିଡମ୍ବନା ସେ ପୁଅ କୁ ମୃତ୍ୟୁ ରୂପି ଦାନବ ଚିର କାଳ ପାଇଁ ଗ୍ରାସ କରି ଯାଇଛି ।

ତରୁଣୀଙ୍କୁ ଦେଖିଲା ପରେ ଭାବିଲି ସତରେ କଣ ମଣିଷ ଏତେ ଅସହାୟ । ସମୟ ଆଉ ଭାଗ୍ୟ ରୁ କେହି କେବେ କଣ ବଞ୍ଚି ପାରିନାହାନ୍ତି ?


ଗୁଣୁପୁର, ରାୟଗଡ଼ା

Post a Comment

0 Comments