Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆରେ ମନ ବାଇ - ଘନଶ୍ୟାମ ସାହୁ

ଆରେ ମନ ବାଇ......... ‌
ମିଛେ ତୁ କରୁଛୁ ରେ ଏତେ ବଡେଇ ।୦।
ମାତା ଗର୍ଭେ ଥିଲୁ ହରି ଭଜୁଥିଲୁ
ଗରଭୁ ବାହାରି ସବୁ ଭୁଲିଗଲୁ
ମାୟାର ବନ୍ଧନ କାଟି ନ ପାରିଲୁ
ହରିକୁ ଭୁଲିଲୁ ତୁ ସେନେହ ପାଇ ।।୧।
ଅହଂକାର ଗର୍ବ ମାୟା ମୋହ ଲୋଭ
ହିଂସା ଦ୍ୱେଷ ଶଠ ଗ୍ରାସ କଲା ସର୍ବ
ଅଢ଼େଇ ଦିନକୁ ଆଣ୍ଟ କରୁ ମିଛେ
ଏଦେହ କଞ୍ଚା ହାଣ୍ଡି ଯିବ ମିଳେଇ ।।୨।
ବେଳ ଥାଉ ବନ୍ଧ ବାନ୍ଧିଥିବୁ ଯେବେ
ଏ ଭବ ସାଗରୁ ତରିବୁ ତୁ ତେବେ
ଜୀବ ଗଲା ବେଳେ ସେହି ଏକା ସାହା
ଭଜୁଥା ହରିନାମ ହୃଦରେ ଧ୍ୟାୟୀ ।।୩।




ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା, ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ- ୭୫୯୧୨୭

Post a Comment

0 Comments