ମିଠା ସପନ - ଜିତେନ୍ଦ୍ର ସାହୁ

ମିଠା ସପନ - ଜିତେନ୍ଦ୍ର ସାହୁ

ସପନରେ କାଲି ଆସି ଗଲ ଚାଲି
କାହିଁକି ଗୋ ପ୍ରିୟତମା ?
ଚାହିଁଲ ଛୁଇଁଲ ଘଡିଏ ରହିଲ
ଚୁମାଟେ ଦେଲନି ଯମା,,।।
ଲାଗୁଥିଲା ମତେ ଭାରି ଭଲ କେତେ
ତୁମ ସେଇ ମୃଦୁ ଛୁଆଁ,
ତୁମେ ଯେବେ ଆସି ସମୀପେ ମୋ ବସି
ଜାଳୁଥିଲ ବୁକେ ନିଆଁ,,।।
ଭାସି ଆସୁଥିଲା ମନ ମୋହୁଥିଲା
କବରୀର ମଧୁ ବାସ,
ପ୍ରୀତି ବାଢୁଥିଲା ଦୁଷ୍ଟ କରୁଥିଲା
ଲାଜ ମିଶା ଛିଟା ହସ,,।।
ତିନ୍ତିବାକୁ ଥରେ ତୁମ ଓଠ ନୀରେ
ମତୁଆଲା ଥିଲା ମନ,
ଚୁମିବା ପୂର୍ବରୁ କାହିଁ ମୋ ସ୍ବପ୍ନରୁ
ହୋଇଲ ଅଦୃଶ୍ୟମାନ,,।।
ଭାବୁଥିଲା ମନ ଥିଲାଯେ ଉଚ୍ଛନ
ହାତେ ଧରି ପ୍ରୀତି ଜହ୍ନ,
ଅଳସୀ ତନୁରେ ଗୋଲାପୀ ଅଧରେ
ଲଗେଇ ଦେବାକୁ ଚିହ୍ନ,,।।

0 Comments